www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଘଟଣା ପରେ ୨ ଯୁବକଙ୍କ ଉତ୍ପାତ ; ଆକ୍ରମଣରେ ପୁଲିସ କର୍ମଚାରୀ ଲହୁଲୁହାଣ

ଭୁବନେଶ୍ବର : ଏକ ଅଭାବନୀୟ ଘଟଣାକ୍ରମରେ ଶୁକ୍ରବାର ବିଳମ୍ବିତ ରାତିରେ ଗାଡିଚାଳକଙ୍କ ଆକ୍ରମଣରେ ଇନଫୋସିଟି ଥାନାର ଡିସିଓ ଲହୁଲୁହାଣ ହୋଇଛନ୍ତି। ନନ୍ଦନ ବିହାର ଛକରେ ଏକ ହାଇୱା ଓ କାର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ଉତ୍ତେଜିତ ହୋଇ କାରରେ ଥିବା ୨ ଯୁବକ ହାଇୱା ଚାଳକ ଓ ହେଲପରକୁ ଗାଳିଗୁଲଜ କରିବ ସହ ମାରଧର କରୁଥିଲେ । ଏହା ଦେଖି ସ୍ଥାନୀୟ ଲୋକ ପୁଲିସ ନିୟନ୍ତ୍ରଣ କକ୍ଷକୁ ଖବର ଦେଇଥିଲେ। ଖବର ପାଇ ଇନଫୋସିଟି ଥାନାର କର୍ମଚାରୀ ଓ  ଡିସିଓ ସେଠାରେ ପହଞ୍ଚି ୨ ଯୁବକଙ୍କୁ ଥାନାକୁ ଆଣିଥିଲେ।

ଥାନାରେ ସେମାନଙ୍କୁ ବସାଇ ଘଟଣା ସଂପର୍କରେ ପଚରାଉଚରା କରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୋବାଇଲରେ ଏହାର ଭିଡିଓ ରେକଡିଂ କରୁଥିଲେ । ତେବେ ଥାନାର ଡିସିଓ ଅଜୟ ଲେଙ୍କା ଏହାର ପ୍ରତିବାଦ କରିଥିଲେ ଓ ରେକଡିଂ ପାଇଁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଦ୍ବୟ ଶ୍ରୀ ଲେଙ୍କାଙ୍କ ଉପରେ ଆକ୍ରମଣ କରିଥିଲେ । ଏପରି କି ସେମାନେ ଶ୍ରୀ ଲେଙ୍କାଙ୍କୁ ତଳେ ପକାଇ ତାଙ୍କ ଉପରେ ଚଢି ଯାଇ ଜୀବନରୁ ମାରି ଦେବାର ପ୍ରୟାସ କରିଥିଲେ। ଗୋଇଠା ଓ ଲାତ ମାରି ତାଙ୍କୁ ଲହୁ ଲୁହାଣ କରିଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମହିଳା କନେଷ୍ଟବଳ ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ। ଉପର ବାରାକରେ ଥିବା କର୍ମଚାରୀମାନେ ଆସି ଶ୍ରୀ ଲେଙ୍କାଙ୍କୁ ଉଦ୍ଧାର କରିଥିଲେ।

- Advertisement -

ଯୁବକ ଦ୍ବୟଙ୍କୁ ଥାନାରେ ଅଟକ ରଖାଯାଇଛି । ଶନିବାର ସେମାନଙ୍କୁ ବିରୋଧରେ ମାମଲା ରୁଜୁ କରାଯାଇ ଅଦାଲତରେ ହାଜର କରାଯିବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories