ଚନ୍ଦ୍ରଶେଖପୁର : ଦିନ ଦ୍ବିପ୍ରହରେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ମଞ୍ଚେଶ୍ୱର ଥାନା ଅଧିନ ରେଳବାଇ ଷ୍ଟାଡିୟମ ସମ୍ମୁଖରୁ ଛାତ୍ରୀଙ୍କ ହାତରୁ ଦାମୀ ମୋବାଇଲ ଝାମ୍ପିନେଇ ଘଟଣାସ୍ଥଳରୁ ଦୁବୃତ୍ତ ଚମ୍ପଟ ମାରିଥିଲେ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲାର ଜିନାରାଣୀ ମଣ୍ଡଳ ରେଳବାଇସ୍ଥିତ ଆଦିମାତା କଲୋନୀରେ ଭଡାଘରେ ରହି ପାଠ ପଢିବା ସହିତ ନିଜର ଚାଲିବା ମୁତାବକ ପିଲାଙ୍କୁ ଟିଉସନ କରୁଥିଲେ। ଏନେଇ ମାସିକ କିସ୍ତିରେ ୧୯ ହଜାର ଟଙ୍କାର ଏକ ମୋବାଇଲ କିଣି ନିଜ ଭବିଷ୍ୟତ ପାଇଁ ଅନ-ଲାଇନରେ ପାଠ ପଢୁଥିଲେ। ସବୁଦିନ ଭଳି ଶୁକ୍ରବାର ଅପରାହ୍ନ ସାଢ଼େ ୪ଟାରେ ନିୟୁ ଗଭରମେଣ୍ଟ କଲୋନୀକୁ ଟିଉସନ ପଢ଼ାଇବାକୁ ଗଲାବେଳେ ରେଳବାଇ ଷ୍ଟାଡିୟମ ସମ୍ମୁଖରେ ଦୁଇଜଣ ଲୁଟେରା ଏକ ସ୍ପିଡ ମୋଟର ସାଇକେଲରେ ପଛରୁ ଆସି ଛାତ୍ରୀଙ୍କ ହାତରୁ ମୋବାଇଲ ଝାମ୍ପିନେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ପରେ ଖବର ପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଚାରିଆଡେ ଛାନଭିନ ସତ୍ତ୍ୱେ କାହାରିକୁ ପାଇନଥିଲା । ଟିଉସନ ସମୟ ହୋଇଯିବା ହେତୁ ଛାତ୍ରୀ ଜଣଙ୍କ ଶନିବାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି । ହେଲେ ବିଶେଷକରି ମୋବାଇଲ ଦ୍ୱାରା ନିଜର ପାଠପଢା ବନ୍ଦ ହେବା ସହ ଭବିଷ୍ୟତ ନଷ୍ଟ ହୋଇଯିବ କହି କାନ୍ଦୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ ପଛରେ ବସିଥିବା ଲୁଟେରାକୁ ପଛରୁ ଜାବୁଡି ଧରି ଅଟକାଇବାକୁ ଚେଷ୍ଟା କରି ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ରାସ୍ତାରେ ଘୋଷାରି ଖଣ୍ଡିଆ ଖାବରା ହୋଇଯାଇଥିଲେ ।



