www.samajalive.in
Monday, December 8, 2025
14.1 C
Bhubaneswar

ୟୁରୋ କପ୍‌: ସ୍ପେନ୍-ସ୍ବିଡେନ୍ ମୁକାବିଲା ଗୋଲ୍‌ଶୂନ୍ୟ, ସ୍ଲୋଭାକିଆ ବିଜୟୀ

ସେଭିଲ୍‌ (ସ୍ପେନ୍‌)/ସେଣ୍ଟ ପିଟର୍ସବର୍ଗ: ଚଳିତ ୟୁରୋ କପ୍ ଫୁଟ୍‌ବଲରେ ସୋମବାର ରାତିରେ ଖେଳା ଯାଇଥିବା ଏକ ଗ୍ରୁପ୍ ‘ଇ’ ମୁକାବିଲା ଅମୀମାସିଂତ ରହିଛି। ସ୍ପେନ୍ ଓ ସ୍ବିଡେନ୍ ମଧ୍ୟରେ ଖେଳା ଯାଇଥିବା ମୁକାବିଲା ଗୋଲ୍‌ଶୂନ୍ୟ ରହିଛି। ମ୍ୟାଚ୍‌ରେ ଜିତିବାକୁ ସ୍ପେନ୍ ବଡ଼ ଦାବିଦାର ଥିଲେ ହେଁ ସ୍ବିଡେନ୍‌ର ରକ୍ଷାପନ୍ଥୀ ଲଢ଼ୁଆ ପ୍ରଦର୍ଶନ କରି ପୂରା ୯୦ ମିନିଟରେ ସ୍ପେନ୍‌କୁ ଗୋଲ୍‌ ସ୍କୋର୍ କରିବାକୁ ଦେଇନଥିଲେ। ଏହି ଫଳାଫଳରେ ସ୍ବିଡେନ୍ ସନ୍ତୁଷ୍ଟ ରହିବ ନିଶ୍ଚୟ। ହେଲେ ସ୍ପେନ୍ ନିଶ୍ଚିତ ଭାବେ ନିରାଶ ହୋଇଛି।

ଗ୍ରୁପ୍‌ ‘ଇ’ର ଅନ୍ୟ ଏକ ମ୍ୟାଚ୍‌ରେ ପୋଲାଣ୍ଡକୁ ୨-୧ ଗୋଲ୍‌ରେ ସ୍ଲୋଭାକିଆ ପରାସ୍ତ କରିଛି। ପୋଲାଣ୍ଡ ଏକ ଆତ୍ମଘାତୀ ଗୋଲ୍‌ ବରଣ କରିଥିବା ବେଳେ ପରେ ଏହା ଗୋଲ୍‌ ସୁଝାଇ ଦେଇଥିଲା। ମିଲାନ୍ ସ୍କ୍ରିନିଆର ସ୍ଲୋଭାକିଆ ପାଇଁ ବିଜୟସୂଚକ ୨ୟ ଗୋଲ୍‌ ଦେଇଥିଲେ। ୧୮ ମିନିଟରେ ସ୍ଲୋଭାକିଆ ପ୍ରଥମ ଗୋଲ୍‌ ଦେଇଥିଲା। ସ୍ଲୋଭାକିଆର ରବର୍ଟ ମ୍ୟାକ୍ ବଲ୍‌ ନେଇ ପେନାଲ୍‌ଟି ଏରିଆ ମଧ୍ୟରୁ ଏକ ଜୋର୍‌ଦାର ସଟ୍‌ ମାରିଥିଲେ। ବଲ୍‌ ପୋଲାଣ୍ଡର ଗୋଲ୍‌ରକ୍ଷକ ୱସିଏଚ୍ ଜେଜେସ୍ନିଙ୍କ ଦେହରେ ବାଜି ପରେ ଗୋଲ୍‌ପୋଷ୍ଟରେ ବାଜି ଭିତରେ ପଶି ଯାଇଥିଲା। ଏହାକୁ ପୋଲାଣ୍ଡର ଜେଜେସ୍ନିଙ୍କ ଆତ୍ମଘାତୀ ଗୋଲ୍‌ ଭାବେ ଗଣା ଯାଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭହେବାର ୩୦ ସେକେଣ୍ଡରେ ପୋଲାଣ୍ଡ ଗୋଲ୍‌ ସୁଝାଇ ଦେଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories