www.samajalive.in
Saturday, December 13, 2025
15.1 C
Bhubaneswar

ଅବହେଳିତ ଅବସ୍ଥାରେ ପ୍ରସିଦ୍ଧ ଐତିହାସିକ ପୀଠ ରାମେଶ୍ବର ମନ୍ଦିର

ବୌଦ୍ଧ: ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତିର ଅନନ୍ୟ ଉଦାହରଣ ରାମେଶ୍ବର ମନ୍ଦିର ସମୂହ। ପ୍ରାଚୀନ ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ମାଇଲ ଖୁଣ୍ଟ ଭାବରେ ପରିଚିତ ଏହି ପୀଠ। ମନ୍ଦିରର ନାଲି ରଙ୍ଗର ପଥର ଉପରେ ସୁକ୍ଷ୍ମ କାରୁକାର୍ୟ୍ୟ ପର୍ୟ୍ୟଟକଙ୍କୁ ଅଭିଭୂତ କରିଥାଏ। ଚଳିତ ନିର୍ବାଚନରେ ଜିଲ୍ଲାର ରାଜନୈତିକ ଦଳର ପ୍ରାର୍ଥୀମାନେ ଏହି ପୀଠରୁ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ ଓ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଏହାସତ୍ତ୍ବେ ଏହି ପ୍ରସିଦ୍ଧ ଐତିହ୍ୟ ପୀଠ ଆଜି ଅବହେଳିତ। ମନ୍ଦିରର ଆଖିଦୃଶିଆ ବିକାଶ ହୋଇପାରିନଥିବା ବେଳେ ସନ୍ଧ୍ୟା ହେଲେ ଏଠି ଅନ୍ଧାରର ରାଜୁତି ଚାଲୁଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଅବସ୍ଥିତ ନବମ ଶତାବ୍ଦୀରେ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ରାମେଶ୍ବର ମନ୍ଦିର ସମୂହ। ପୂର୍ବରୁ ଏଠାରେ ଏକାଦଶ ରୁଦ୍ରଙ୍କ ସ୍ବତନ୍ତ୍ର ମନ୍ଦିର ଥିବାବେଳେ ସମୟ ସ୍ରୋତରେ ବର୍ତ୍ତମାନ ଏଠି କେବଳ ତିନୋଟି ମନ୍ଦିର ରହିଛି।

ମୁଖ୍ୟ ରାମେଶ୍ବର ମନ୍ଦିରଟି ୧୯୩୬ ମସିହାରେ ଦୁର୍ବଳ ହୋଇପଡ଼ିଥିବା କାରଣରୁ ଏହାକୁ ଭାଙ୍ଗି ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା। ତେବେ ଦେଶ ସ୍ବାଧୀନତା ପରେ ଏହି ମୁଖ୍ୟ ମନ୍ଦିର ଅଧାଗଢ଼ା ହୋଇ ରହିଗଲା। ୧୯୫୮ ମସିହାଠାରୁ ଏହି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଛି। ଏହି ମନ୍ଦିରଗୁଡିକର ସ୍ବତନ୍ତ୍ର ନାଲି ରଙ୍ଗର ପଥର ଉପରେ ଅତ୍ୟନ୍ତ ସୁକ୍ଷ୍ମ କାରୁକାର୍ୟ୍ୟ ବର୍ଷ ବର୍ଷ ଧରି ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି। ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ଐତିହ୍ୟ ପୀଠର ଭୁରି ଭୁରି ପ୍ରଶଂସା କରିବା ସହ ଆଶୀର୍ବାଦ ନେଇ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ସନ୍ଧ୍ୟା ହେଲେ ଅନ୍ଧକାରରେ ବୁଡିଯାଉଛି ଏହି ଐତିହାସିକ ପୀଠ। ଏହାର ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ମନ୍ଦିର ସ୍ଥାପତ୍ୟ ଦେଖି ଅଭିଭୂତ ହୋଇଥିବା ବେଳେ ପ୍ରାୟ ଛ’ ମାସ ତଳେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗର ନିର୍ଦ୍ଦେଶକ ଏହି ମନ୍ଦିରର ବିକାଶ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିଯାଇଥିବା ବେଳେ ଏହି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଶୈବପୀଠ ଅନ୍ଧକାର ମଧ୍ୟରେ ନିଜ ଅସ୍ତିତ୍ଵ ଖୋଜିବାରେ ଲାଗିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories