nua o banner

ସାଧାରଣ ଓ ପୁଲିସ ପର୍ଯ୍ୟବେକ୍ଷକଙ୍କ ପରିଦର୍ଶନ

BJD Bijuli 480×75 Mob

ଆଠଗଡ଼: ୮୯-ଆଠଗଡ଼ ଓ ୮୭-ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକ ଉମାଶଙ୍କର ସିଂହ ଏବଂ ପୁଲିସ ପର୍ଯ୍ୟବେକ୍ଷକ ଆର ଶିବକୁମାର ମଙ୍ଗଳବାର ଆଠଗଡ଼ ପରିଦର୍ଶନରେ ଆସି ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟକ୍ରମର ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ୨ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ନିର୍ବାଚନ ସଂପର୍କୀତ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ସିିଂହ ଓ ଶ୍ରୀ କୁମାର ନିର୍ବାଚନର ସମସ୍ତ କାର୍ଯ୍ୟକ୍ରମ ଓ ଗଣତି ହେବାକୁ ଥିବା ସ୍ଥାନ ଗୋପବନ୍ଧୁ ବିଜ୍ଞାନ କଲେଜ ପରିଦର୍ଶନ କରି ସମସ୍ତ ଆୟୋଜନର ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ।

Comments are closed.