www.samajalive.in
Saturday, December 6, 2025
15.1 C
Bhubaneswar

ପାଠ ପଢ଼଼ା ପାଇଁ ନିଜର ଗାଡି ସ୍କୁଲକୁ ଦାନ କଲେ ପୁରାତନ ଛାତ୍ର

ସମ୍ବଲପୁର: ସମ୍ବଲପୁରର ବୁଢ଼ାରଜା ହାଇସ୍କୁଲର ପୁରାତନ ଛାତ୍ର ତାଙ୍କର ଗାଡିକୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼଼ିବା ପାଇଁ ଦାନ କରିଛନ୍ତି। ବୁଢ଼ାରଜା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀରେ ତୃତୀୟ ଭାଷା ସଂସ୍କୃତ, ହିନ୍ଦୀ ସହ ଭୋକେଶନାଲ ଆଇ.ଟି ଏବଂ ଅଟୋମୋବାଇଲ ପାଠ୍ୟକ୍ରମ ମଧ୍ୟ ରହିଛି। ତେବେ ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଟୋମୋବାଇଲ ସମ୍ପର୍କରେ ପ୍ରାକଟିକାଲ ସମୟରେ ଅସୁବିଧା ହେଉଥିବାର ପୁରାତନ ଛାତ୍ର ଦେବୀ ପ୍ରସାଦ ଭୋଇ ଅନୁଭବ କରିଥିଲେ। ଏଣୁ ଛାତ୍ରଛାତ୍ରୀ ମାନଙ୍କୁ ଥିଓରୀ ସହିତ ପ୍ରାକ୍ଟିକାଲ କରିବାରେ ସୁବିଧା ହେବ ବୋଲି ତାଙ୍କର ଘରେ ରହିଥିବା ‘ସ୍କୁଟି’କୁ ହାଇସ୍କୁଲକୁ ମଙ୍ଗଳବାର ପ୍ରଦାନ କରିଛନ୍ତି। ଏହା ଦ୍ୱାରା ପ୍ରାକ୍ଟିକାଲ ପାଇଁ ପିଲା ମାନେ ଏହି ଗାଡିକୁ ଖୋଲି କରି ତାର ବିଭିନ୍ନ ଯନ୍ତ୍ରାଂଶ ଗୁଡିକୁ ଦେଖି କିିଛି ଶିଖି ପାରିବେ ବୋଲି ଶ୍ରୀ ଭୋଇ କହିଛନ୍ତି। ଏହି ସ୍କୁଟିକୁ ସେ ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପତ୍ରୀଙ୍କୁ ବିଦ୍ୟାଳୟ ଠାରେ ହସ୍ତାନ୍ତର କରିଛନ୍ତି। ପୁରାତନ ଛାତ୍ର ଶ୍ରୀ ଭୋଇଙ୍କ ଏହି ମହତ ଉଦ୍ୟମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସମେତ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories