www.samajalive.in
Saturday, December 6, 2025
26.1 C
Bhubaneswar

ଓଁକାରେଶ୍ୱର ବାବା ଶୀତଳଷଷ୍ଠୀ କମିଟି ଗଠିତ

ସମ୍ବଲପୁର: ସାକ୍ଷିପଡା ଓଙ୍କାରେଶ୍ୱର ବାବାଙ୍କ ମନ୍ଦିର ଠାରେ ଶ୍ରୀ ଓଙ୍କାରେଶ୍ୱର ବାବାଙ୍କ ଆଗାମୀ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧରାମ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଙ୍କାରେଶ୍ୱର ବାବାଙ୍କ ଆଗାମୀ ଶୀତଳଷଷ୍ଠୀ ଯାତ୍ରା ପାଇଁ ନୂତନ କମିଟି ଗଠନ ସହ ନୂଆ କର୍ମକର୍ତ୍ତାଙ୍କ ନାମ ଚୟନ କରାଯାଇଥିଲା। ଏହା ସହ ଶୀତଳଷଷ୍ଠୀ ଯାତ୍ରା ପାଇଁ କନ୍ୟା ଓ ବରର ମାତା ପିତାଙ୍କୁ ଚୟନ କରାଯିବା କାର୍ୟ୍ୟ ମଧ୍ୟ ସମାପିତ ହୋଇଥିଲା। ଏହି ଅବସରରେ ଓଙ୍କାରେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ନେଇ କମିଟିକୁ ଗଠିତ କରାଯିବା ସହ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ବୈଠକ ଅବସରରେ ନୂତନ କରି ସର୍ବସମ୍ମତିକ୍ରମେ କମିଟିର ସଭାପତି ଭାବରେ ବୁଧରାମ ମୁଣ୍ଡା, ସମ୍ପାଦକ ହୀରା ମୁଣ୍ଡା, ମନୁ ମୁଣ୍ଡା, କୋଷାଧ୍ୟକ୍ଷ ବନମାଲି କଚ୍ଛପ ଙ୍କୁ ଚୟନ କରାଯାଇଥିଲା । ସେହିପରି କମିଟି ମୁଖ୍ୟ ଉପଦେଷ୍ଟା ଭାବରେ ଜିବନ ବଲ୍ଲଭ ସାହୁ, ରାମନାରାୟଣ ତ୍ରିପାଠୀ , କାଯ୍ୟକାରୀ କମିଟି ସଭ୍ୟ ଭାବରେ ଶୁକ୍ରୁ ମୁଣ୍ଡା, ରାଜୁ ମୁଣ୍ଡା, ଘନଶ୍ୟାମ କଲେଣି, ପ୍ରଦୀପ ବାଗ, ବାବୁଲାଲ ଆଇନ, ଶ୍ୟାମଲାଲ ଆଇନ୍, ଭାଙ୍ଗି ମୁଣ୍ଡା ଚୟନ କରାଯାଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories