ଚାରିଛକ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକର ପ୍ରମୁଖ ସ୍ଥାନରେ ପୁରୁଣାକଟକ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମ ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ଓ ଆଡ଼େନିଗଡ଼ ଫାଣ୍ଡି ଅଧିକାରୀ ବ୍ରହ୍ମନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର ଆଡ଼େନିଗଡ ପଞ୍ଚାୟତ ଅନ୍ତର୍ଗତ ମାଧପୁର, ବାରିଙ୍ଗ, ବଦଳାସାହି, ଗୋଛାସାହି ଆଦି ପ୍ରମୁଖ ସ୍ଥାନ ଗୁଡ଼ିକରେ ନିର୍ଭୟ, ଶାନ୍ତି ଶୃଙ୍ଖଳା,ଉଚିତ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରିବା ସହିତ ଫ୍ଲାଗମାର୍ଚ୍ଚ କରିଥିଲେ।
Popular Categories



