nua o banner

ବଡମ୍ବାର ୨ଜଣଙ୍କର ପ୍ରାର୍ଥୀପତ୍ର ନାକଚ, ୧୧ପ୍ରାର୍ଥୀପତ୍ର କାଏମ

BJD Bijuli 480×75 Mob

ଆଠଗଡ଼: ସାଧାରଣ ନିର୍ବାଚନ ୬ଷ୍ଠ ପର୍ଯ୍ୟାୟରେ ଆଗାମୀ ମେ ୨୫ତାରିଖରେ ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୮୭-ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଶେଷ ଦିନ ସୋମବାର ସୁଦ୍ଧା ୧୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ମଙ୍ଗଳବାର ଯାଞ୍ଚ ସମୟରେ ୨ଜଣ ଆଶାୟୀ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଯାଇଥିବା ଜଣାପଡ଼ିଛି। ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିତ୍ୟାନନ୍ଦ ଖଟୁଆ ସଠିକ୍‌‌ ସତ୍ୟପାଠ ଦାଖଲ କରିନଥିବାରୁ ଏବଂ ସୁପ୍ରିମ ଜିରୋ ପାର୍ଟି ଅଫ ଭାରତର ପ୍ରାର୍ଥୀ ପ୍ରଶାନ୍ତି ପ୍ରଧାନଙ୍କର ଆବଶ୍ୟକୀୟ ବୟସ ହୋଇନଥିବାରୁ ତାଙ୍କ ୨ଜଣଙ୍କର ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ନାକଚ କରିଦେଇଥିଲେ।

ପ୍ରାର୍ଥୀପତ୍ର କାଏମ ରହିଥିବା ପ୍ରାର୍ଥୀମାନେ ହେଲେ ବିଜେଡିର ଦେବୀ ପ୍ରସାଦ ମିଶ୍ର, ବିଜେପି ପ୍ରାର୍ଥୀ ସମ୍ବିତ୍‌‌ ତ୍ରିପାଠୀ, କଂଗ୍ରେସର ସଂଜୟ କୁମାର ସାହୁ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା, ମନୋଜ କୁମାର ନନ୍ଦ, ଯୁଗଳ କିଶୋର ରାଉତ, ଦୁର୍ଗାପ୍ରିୟା ଦଳବେହେରା, ସମୃଦ୍ଧ ଓଡ଼ିଶାର କୈଳାସ ଚନ୍ଦ୍ର ନାୟକ, ନ୍ୟାସନାଲ ଆପନୀ ପାର୍ଟିର ମନୋରଞ୍ଜନ ବେହେରା, ଜନତା ଦରବାର ଦଳର ପ୍ରସାଦ କୁମାର ନାଏକ ଓ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟର ପ୍ରାର୍ଥୀ ସରୋଜ କୁମାର କରଣ ଅନ୍ତର୍ଭୁକ୍ତ।

ସେହିପରି ୮୯-ଆଠଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୧୪ଜଣ ଶେଷ ଦିନ ସୁଦ୍ଧା ନାମାଙ୍କନ କରିଥିବା ବେଳେ ସମସ୍ତ ୧୪ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେପିର ଅଭୟ କୁମାର ବାରିକ, କଂଗ୍ରେସର ସୁଦର୍ଶନ ସାହୁ, ଆମ ଆଦମୀ ପାର୍ଟିର ଦେବୀ ପ୍ରସାଦ ମହାପାତ୍ର, ବହୁଜନ ସମାଜ ପାର୍ଟି ଗଣେଶ୍ୱର ସାହୁ, ସମୃଦ୍ଧ ଓଡ଼ିଶାର ଦିବ୍ୟସିଂହ ମିଶ୍ର, କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟର ଗଗନ ବିହାରୀ ରାଉତ, ସୁପ୍ରିମ ଜିରୋ ପାର୍ଟି ଅଫ ଭାରତର ପ୍ରଚେତା ପରମାଣିକ, ନ୍ୟାସନାଲ ଆପନୀ ପାର୍ଟିର ସନ୍ତୋଷ କୁମାର କର, ସ୍ୱାଧୀନ ପ୍ରାର୍ଥୀ ଶଙ୍କର୍ଷଣ ମହାନ୍ତି, ରାଜେନ୍ଦ୍ର କୁମାର ମହାନ୍ତି, ବିଜୟ କୁମାର ପରିଡ଼ା, ନମିତା ଖୁଣ୍ଟିଆ, ଡଃ ହରିହର ସାହୁଙ୍କର ପ୍ରାର୍ଥୀପତ୍ର କାଏମ ଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।

Comments are closed.