nua o banner

ସଂରକ୍ଷିତ ଜଙ୍ଗଲରେ ବେଆଇନ ନିର୍ମାଣ ବନ୍ଦ କଲା ବନବିଭାଗ

BJD Bijuli 480×75 Mob

ପାଟଣା: ପାଟଣା ବନାଞ୍ଚଳ ତଥା ପାଟଣା ବ୍ଲକ ଅଞ୍ଚଳ ରୋହୀଣୀଦୁମାର ସଂରକ୍ଷିତ ଜଙ୍ଗଲ ଇଲାକାରେ ଏକ କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ର ବେଆଇନ ଭାବେ ନିର୍ମାଣ କରାଯାଉଥିବା ଜାଣିବା ପରେ ପାଟଣା ବନବିଭାଗ ପକ୍ଷରୁ ଏହାର ନିର୍ମାଣ କାମକୁ ବନ୍ଦ କରାଯାଇଛି। ଅଟେଇ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଏହି ଇଲାକାରେ ବନବିଭାଗ ଅନୁମତି ନଥାଇ ଏହି କେନ୍ଦ୍ର ଗୃହ ନିର୍ମାଣ କରାଯାଉଥିଲା। ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ନିର୍ଦ୍ଦେଶରେ ଆଜି ପାଟଣା ବନପାଳ ପିଅନ ନାଏକ ଓ ବନରକ୍ଷୀ ଦେବଜାନୀ ମହାନ୍ତ, ସାହାରପଡା ବନପାଳ ଭୂପତି ସେଠୀ ପ୍ରମୁଖ ରୋହୀଣୀଦୁମା ଜଙ୍ଗଲକୁ ଯାଇ ଏହି ନିର୍ମାଣାଧୀନ କେନ୍ଦ୍ରର କଂକ୍ରିଟ ପିଲରକୁ ଭାଙ୍ଗି ଦେବା ସହ ଏଠାରେ ଏକ ଗଛରେ ସୂଚନା ପତ୍ର ମାରି ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.