www.samajalive.in
Friday, December 5, 2025
23.1 C
Bhubaneswar

ଦମ ଦେଖାଇଲେ ଟୁକୁନୀ – ଜାମୁଟ ଠାରେ ବିଶାଳ ମହିଳା ସମାବେଶ

ଟିଟିଲାଗଡ: ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଗୁଡଭେଲା ୬ନଂ ଜୋନର ଜାମୁଟ ଠାରେ ବିଧାୟୀକା ପ୍ରାର୍ଥୀ ଟୁକୁନୀ ସାହୁ ଓ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ବିଶାଳ ମହିଳା ସମାବେଶ ଯୋଗ ଦେଇଥିଲେ। ଗୁଡଭେଲା ରାହୁଲ ନଦୀ ଖଣ୍ଡିରୁ ବାଇକ ଯୋଗେ ବିଶାଳ ଶୋଭାଯାତ୍ରାରେ ବାହାରି ଜାମୁଟ ପୁରୁଣା ବଜାରରେ ଅନୁଷ୍ଠିତ ବିଶାଳ ମହିଳା ସମାବେଶକୁ ପହଚିଂ ଥିଲେ। ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାନ ସଭା ପ୍ରାର୍ଥୀ ଟୁୁକୁନୀ ସାହୁ ମହିଳାମାନଙ୍କର ସମସ୍ତ ସମସ୍ୟା ଓ ଦାବିର ସମାଧାନ ପାଇଁ ଦୃଢ ପଦକ୍ଷେପ ନିଆଯାଇଛି ଏବଂ ନିଆଯିବ ଏବଂ ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୂଖ୍ୟମନ୍ତ୍ରୀ କରି ରାଜ୍ୟ ତଥା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଆହୁର ଉନ୍ନତି ଓ ବିକାଶ କରିବା ପାଇଁ ଶ୍ରୀମତୀ ସାହୁ ଆର୍ଶିବାଦ କାମନା କରିଥିଲେ।

ଏହି ଅବସରରେ ମିଶନ ଶକ୍ତି ରେ ମାଁ ମାନଙ୍କର ଅନେକ ଉନ୍ନତି ମୂଳକ କାମ ହୋଇଛି। ବିଗତ ୧୦ ବର୍ଷ ଭିତରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ ବ୍ଲକ, ସଇଁତଳା ବ୍ଲକ ଓ ଗୁଡଭେଲା ବ୍ଲକ ଅଂଚଳରେ ତାଙ୍କ ଉଦ୍ୟମରେ ହୋଇଥିବା ଏକ ତାଲିକା ସଭାରେ ଉପସ୍ଥାପନ କରିଥିଲେ। ଟିଟିଲାଗଡ଼ର ଜୀବନରେଖା ରେଲୱେ ଓଭର୍ବ୍ରିଜ୍, କୁମୁଡ଼ା ପାହାଡ଼ର ଉନ୍ନତିକରଣ ଓ ପର‌୍ୟ୍ୟଟନସ୍ଥଳୀର ମାନ୍ୟତା, ମହାରାଜ ସାଗରର ପୁନରୁଦ୍ଧାର ଓ ସୁନ୍ଦରୀକରଣ, ସ୍ବିମିଂ ପୁଲ୍ ନିର୍ମାଣ ହେତୁ କିଛି ଉନ୍ନତି ମୂଳକ କାମ ହୋଇଛି। ସଇଁତଲା ଓ ତୁଷୁରାକୁ ଏନ୍.ଏ.ସି ମାନ୍ୟତା ଅନ୍ୟତମ ପାଇପାରିଛି। ଗୁଡ଼ଭେଲାରେ ୩୩/୧୧ କେଭି ଗ୍ରିଡ୍, ତୁଷୁରାରେ ବହୁମୁଖୀ ଅଡିଟୋରିଅମ୍ ଓ ପାର୍କ, ତୁଷୁରା ଏୟାରଷ୍ଟ୍ରିପ୍ର ଉନ୍ନତିକରଣ, ସିଜାପାଲିବ୍ରିଜ୍, ମୁକ୍ତିଧାମ ନିର୍ମାଣ, ଖୋଲାନ, ବିନେକେଲା, କତେରକେଲା ଓ ଛଞ୍ଚଡ଼ାରେ ବ୍ରିଜ୍, ଟିଟିଲାଗଡ଼-ସିନ୍ଧେକେଲା ରାସ୍ତାର ଉନ୍ନତିକରଣ, ମେଗା ଜଳସେଚନ ପ୍ରକଳ୍ପ ଆଦି ଦେଖିଲେ ଉନ୍ନତି ମୂଳକ କାମ ହୋଇଛି ଓ ଆହୁରି ମଧ୍ୟ ଅନେକ କାମ ଆପଣମାନଙ୍କ ପାଇଁ ଓ ଆପଣମାନଙ୍କୁ ନେଇ କରିବାର ମୋର ଏକ ମାତ୍ର ଲକ୍ଷ ବୋଲି କହିଥିଲେ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories