ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ଚଢଉ କରାଯାଇ ୧୬୦ କିଲୋ ଗଂଜେଇ ଜବତ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ। ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ ଖଜୁରୀପଡ଼ା- ଝାଙ୍କରପଡ଼ା ରାସ୍ତାରେ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଖଜୁରୀପଡ଼ା-ଝାଙ୍କରପଡ଼ା ରାସ୍ତାରେ ପୁଲିସ ଚଢଉ କରିଥିଲେ। ଏହି ସମୟରେ ରାସ୍ତା କଡରେ ରଖାଯାଇଥିବା ବିପୁଳ ପରିମାଣର ଗଂଜେଇକୁ ଜବତ କରିଥିଲେ। ପୁଲିସକୁ ଦେଖି ସେଠାରେ ଥିବା କଛି ଲୋକ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଜବତ ଗଂଜେଇକୁ ଓଜନ କରିବାରୁ ତାହା ୧୬୦ କିଲୋ ଗଂଜେଇ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Popular Categories



