ବଢୁଛି ବେଆଇନ ଚିଙ୍ଗୁଡ଼ି ଘେରି

ଏରସମା : ବ୍ଲକର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଚିଙ୍ଗୁଡି ଘେରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚିଙ୍ଗୁଡି ଚାଷୀମାନେ ଲାଭବାନ ହେଉଥିବା ବେଳେ ଧାନ ଚାଷୀମାନେ କ୍ଷତି ଗ୍ରସ୍ତ ହେଉଛନ୍ତି। ଚିଙ୍ଗୁଡି ଘେରିରେ ପ୍ରୟୋଗ କରାଯାଉଥିବା ରାସାୟନିକ ଦ୍ରବ୍ୟ ଓ ଲୁଣା ପାଣି ପ୍ରଭାବରେ ଏରସମା ଅଂଚଳର ବ୍ୟାପକ ଧାନ ଫସଲ ନଷ୍ଟ ହେଉଅଛି। ଫଳରେ କି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏ ସମ୍ପର୍କରେ ସ୍ଥାନୀୟ ଚୀଷୀ ମାନେ ଏରସମା ତହସିଲଦାର ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

prayash

ବର୍ଷା ଦିନ ଅବ୍ୟବହିତ ପୂର୍ବରୁ ଘେରି ଖୋଳା ଯାଇଥାଏ। ନିକଟରେ ଥିବା ନଦୀ, ନାଳ ବା କେନାଲ ଦ୍ୱାରା ଆସୁଥିବା ସମୁଦ୍ରର ଲୁଣି ପାଣି ଘେରିରେ ଭର୍ତ୍ତି କରି ରଖାଯାଇଥାଏ। ସେହି ପାଣିରେ ବିଭିନ୍ନ ରାସାୟନିକ ଔଷଧ ପକାଇ ଚିଙ୍ଗୁଡି ଚାଷ କରା ଯାଇଥାଏ। ଘେରିରେ ଆବଦ୍ଧ ହୋଇ ରହିଥିବା ଲୁଣା ପାଣି ମାଟି ଭେଦି ନିକଟରେ ଥିବା ଚାଷ ଜମିକୁ ମାଡିବା ଫଳରେ ଧାନ ଫସଲ ହେଉ ନାହିଁ। ଏରସମା ,ଜପା, ପଦ୍ମପୁର , କୁଜଂକୋଠି, ଭିତର ଅନ୍ଧାରୀ, ଗଡବିଶୁନପୁର,ଆମ୍ବିକ ,ଜିରାଇଲୋ, ପଲ୍ଲିରଣ୍ଟା, ଗଡହରିଶ ପୁର, ପ୍ରଭୃତି ପଂଚାୟତରେ ବହୁ ସଂଖ୍ୟାରେ ଚିଙ୍ଗୁଡି ଘେରି ଅଛି। ଧାନ ଚାଷୀମାନେ ଅତୀତରେ ବହୁ ଆଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ୨୦୧୦-୧୧ ଆର୍ଥିକ ବର୍ଷରେ ସିସିଏ (କୋଷ୍ଟାଲ ଆକ୍ୱାକଲଚର ଅଥରିଟ ଅଫ ଇଣ୍ଡିଆ)ପକ୍ଷରୁ ବିନା ଲାଇସେନ୍ସରେ ନିର୍ମାଣ କରାଯାଇଥିବା ଚିଙ୍ଗୁଡି ଘେରିଗୁଡିକୁ ବେଆଇନ ଘୋଷଣା କରା ଯାଇଥିଲା। ସେହି ଘେରିଗୁଡିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନିକ ସ୍ତରର କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇନଥିଲା। ୨୦୧୨-୧୩ରେ ବେଆଇନ ଚିଙ୍ଗୁଡି ଘେରି ମାଲିକ ମାନଙ୍କ ଠାରୁ ଏରସମା ତହସିଲ ପକ୍ଷରୁ ଦୁଇଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜୋରିମାନା ଆକାରରେ ଆଦାୟ କରା ଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନ ନିଆଯିବାରୁ ଏରସମା ଅଂଚଳରେ ବ୍ୟାପକ ଭାବରେ ଚିଙ୍ଗୁଡି ଘେରି ବୃଦ୍ଧି ପାଇଛି। ହେନ୍ତାଳ ବଣ କ୍ରମଶଃ ଲୋପ ପାଇଯିବା ଫଳରେ ସମୁଦ୍ର ଉପକୂଳ ଏବେ ମୁକୁଳା ହୋଇପଡିଛି। ଫଳରେ କି ଅଶାନ୍ତ ସମୁଦ୍ର କୂଳ ଲଙ୍ଘି ପଦ୍ମପୁର, ଗଡହରିଶପୁର, ଆମ୍ବିକି ଆଦି ପଂଚାୟତର ଚାଷ ଜମିରେ ବ୍ୟାପକ ଲୁଣା ପାଣି ମାଡୁଛି। ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବେଆଇନ ଚିଙ୍ଗୁଡି ଘେରି କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବ ହେଉଛି।

kalyan agarbati

Comments are closed.