www.samajalive.in
Tuesday, November 18, 2025
16.1 C
Bhubaneswar

ମାସ୍କ ବାଧ୍ୟତାମୂଳକ ; ୩ଟାରୁ ପ୍ରବେଶ

କଟକ : ବାରବାଟୀ ଷ୍ଟାଡ଼ିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ମ୍ୟାଚ ରାତି ୭ଟାରେ ଖେଳାଯିବାକୁ ଥିବାବେଳେ ସାଧାରଣ ଦର୍ଶକ ଅପରାହ୍ଣ ୩ ଟାରୁ ପ୍ରବେଶ କରିପାରିବେ। ସାଧାରଣ ଦର୍ଶକ ମୋଟ ୬ଟି ଗେଟ୍‌ ଦେଇ ପ୍ରବେଶ କରିବାର ସୁଯୋଗ ପାଇବେ। ଶାନ୍ତି ଶୃଙ୍ଖଳାର ସହ ଯେପରି ଦର୍ଶକମାନେ ଷ୍ଟାଡ଼ିୟମକୁ ପ୍ରବେଶ କରିବେ ​ସେ ନେଇ ବିଭିନ୍ନ ପ୍ରବେଶ ପଥରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସେହିପରି କରୋନାକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନଙ୍କ ପ୍ରବେଶ ପଥରେ ମାସ୍କ ଯାଞ୍ଚ କରାଯିବ। ଯେଉଁ ଦର୍ଶକଙ୍କ ମୁହଁରେ ମାସ୍କ ନଥିବ ସେମାନଙ୍କୁ ଭିତରକୁ ପ୍ରବେଶ ନେଇ ଅନୁମତି ମିଳିବ ନାହିଁ ।

ଷ୍ଟାଡ଼ିୟମକୁ ଦର୍ଶକମାନେ ସାଥୀରେ କ’ଣ ନେବେ ଏବଂ କ’ଣ ନେବେନାହିଁ; ସେ ଉପରେ କମିଶନରେଟ ପୁଲିସ ପକ୍ଷରୁ କଡ଼ା ନିର୍ଦେଶ ଜାରି କରାଯାଇଛି। ଷ୍ଟାଡିୟମ ଭିତରକୁ ନେବା କଟକଣା: ପାଣି ବୋତଲ, ବାଡ଼ି, ଲାଇଟର, ହେଲ୍‌ମେଟ, ଖାଦ୍ୟ, ବ୍ୟାଗ, ମନି ପର୍ସ ଆଦି ନେବା ଉପରେ କଟକଣା ଲାଗୁ କରାଯାଇଛି। ଦର୍ଶକମାନଙ୍କ ଲାଗି ଉପଲବ୍ଧ ଗାଡି ଷ୍ଟାଣ୍ଡରେ ହେଲମେଟ ରଖିବାର ସୁବିଧା ରହିଛି। ସେହିପରି ଷ୍ଟାଡ଼ିୟମ ଭିତରକୁ ପାଣି ବୋତଲ ନେବା ବାରଣ କରା ଯାଇଥିବାରୁ ବିଭିନ୍ନ ଗ୍ୟାଲେରୀରେ ଯଥେଷ୍ଟ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ନେବାକୁ ବାରଣ କରା ଯାଇଥିବାରୁ ବିଭିନ୍ନ ଗ୍ୟାଲେରୀର ଖାଦ୍ୟ କିଣି ଖାଇବାର ସୁବିଧା ମଧ୍ୟ ରହିବ। ବିସିସିଆଇ ନିୟମାନୁଯାୟୀ, ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ମଧ୍ୟରେ କେବଳ ମୋବାଇଲ ନେବାର ଅନୁମତି ଥିବା ବେଳେ ଅନ୍ୟ ଜିନିଷ ଉପରେ କଟକଣା ଲାଗୁ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories