www.samajalive.in
Tuesday, December 9, 2025
23.1 C
Bhubaneswar

କୋଙ୍କଣା-ଭୂମି ହେଲେ ବାନ୍ଧବୀ

ମୁମ୍ବଇ : ଆଗାମୀ ଚଳଚ୍ଚିତ୍ର ‘ଡଲି ଔର କିଟି ଔର ୱ ଚମକତେ ସିତାରେଁ’ରେ ପ୍ରଥମଥର କୋଙ୍କଣା ସେନ୍ ଶର୍ମା ଓ ଭୂମି ପେଦନକର ଏକତ୍ର କାମ କରିବେ। ଏ ବାବଦରେ ଭୂମି କହିଛନ୍ତି, କୋଙ୍କଣାଙ୍କ ପରି ଜଣେ ଅଭିଜ୍ଞ ଅଭିନେତ୍ରୀଙ୍କ ସହ କାମ କରିବାର ସୁଯୋଗ ପାଇ ସେ ଖୁବ୍ ଆନନ୍ଦିତ। କଳାତ୍ମକ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ନିଜ ପରିଚୟକୁ ଦୃଢ଼ କରିଥିବା କୋଙ୍କଣା ଏଥିରେ ନିର୍ଦେଶନା ଦେବା ସହ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଅଧିକାଂଶ ସଦସ୍ୟ ମହିଳା ନିଯୁକ୍ତ ହୋଇଛନ୍ତି। କୋଙ୍କଣା କହିଛନ୍ତି, ଏହି ନିଷ୍ପତ୍ତି ତାଙ୍କର ଥିଲା ଓ ଏକ ମହିଳା ଟିମ୍ ସହ କାମ କରିବାର ମଜା ବି ଅଲଗା। କଳି-ଝଗଡ଼ା, ମତାନ୍ତର-ମନାନ୍ତର ସହ ସଦସ୍ୟଙ୍କ ମଧ୍ୟରେ ଥିଲା ବେଶ୍ ଭଲପାଇବା। କୋଙ୍କଣା ଓ ଭୂମିଙ୍କ ଘନିଷ୍ଠତା ଏଇ ସେଟ୍‌ରେ ବଢ଼ିବା ସହ ଦୁହିଁଙ୍କ ମତରେ ପ୍ରକୃତରେ ମହିଳା ୟୁନିଟ୍ ସଦସ୍ୟ ସହ କାମ କରିବା ସବୁଠୁ ଚ୍ୟାଲେଞ୍ଜିଂ ଓ ଏକ ସୁନ୍ଦର ସ୍ମୃତି ମଧ୍ୟ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories