www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତ୍ରରେ ଜମ୍ମୁ-କଶ୍ମୀରର ଶ୍ରୀନଗର ପନ୍ଥା ଚୌକ୍ ଅଞ୍ଚଳରେ ଆତଙ୍କବାଦୀ ଓ ସିଆରପିଏଫ, ପୁଲିସ ବାହିନୀ ମଧ୍ୟରେ ଗୁଳିବିନିମୟ ଘଟି ୩ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଜମ୍ମୁ-କାଶ୍ମୀର ପୁଲିସର ଜଣେ ଏଏସଆଇ ବାବୁ ରାମ ସହିଦ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶ୍ରୀନଗର ଉପକଣ୍ଠରେ ଅଲଟ୍ରା ବାହିନୀର ପାଟ୍ରୋଲିଂ କରୁଥିବା ପୁଲିସ ଦଳ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ପୁଣି ଗୁଳିମାଡ କରିଥିଲେ। ଏହାର ପ୍ରତି ଜବାବରେ ଯବାନମାନେ ମଧ୍ୟ ଫାୟାରିଂ କରିଥିଲେ। ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ  ଜମ୍ମୁ-କାଶ୍ମୀର ପୁଲିସର ଜଣେ ଏଏସଆଇ ସହିଦ ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories