www.samajalive.in
Tuesday, December 9, 2025
26.1 C
Bhubaneswar

ଲଜ୍ଜା! ପାକିସ୍ତାନ ସଂସଦରେ ସାଂସଦଙ୍କ ଧସ୍ତାଧସ୍ତି ଓ ମୁଥା ମରାମରି

ଇସଲାମାବାଦ : ପାକିସ୍ତାନ ସଂସଦରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନ ସଂସଦଳ ମିଳିତ ଅଧିବେଶନ ଚାଲିଥବାବେଳେ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଧସ୍ତାଧସ୍ତି ଓ ମୁଥା ମରାମରି ହୋଇଛନ୍ତି । ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ ଗୁରୁବାର ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଆରିଫ ଆଲଭୀ ଅଭିଭାଷଣ ଦେଉଥିବାବେଳେ ବିରୋଧୀ ଦଳର ସାଂସଦମାନେ ଇମ୍ରାନ ଖାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ଅଧିବେଶନ ଇମ୍ରାନ ଖାନଙ୍କ ସରକାରର ବର୍ଷେ ପୂର୍ତ୍ତି ଅବସରରେ ଡକାଯାଇଥିଲା। ବିରୋଧୀ ଦଳର ସାଂସଦମାନେ ଇମ୍ରାନ ଖାନଙ୍କ ବିଦେଶ ନୀତି ଉପରେ ପ୍ରଶ୍ନ କରିଥିଲେ। ଆନ୍ତର୍ଜାତିକ ମଞ୍ଚରେ ଅସଫଳତା ପାଇଁ ଇମ୍ରାନ ସକରାରଙ୍କୁ ସମାଲୋଚନା କରିଥିଲେ। ଏହାକୁ ନେଇ ଇମ୍ରାନ ଖାନଙ୍କ ମନ୍ତ୍ରୀ ଏବଂ ସାଂଦମାନମାନେ ବିରୋଧୀ ଦଳର ସାଂସଦଙ୍କ ପାଖକୁ ଯାଇ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଏଥିରୁ ଧସ୍ତାଧସ୍ତି ଓ ମୁଥା ମରାମରି ହୋଇଥିଲା। ସଂସଦରେ ସଂଘର୍ଷ ବେଳେ ମହିଳା ସାଂସଦଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା। ବିରୋଧୀ ଦଳର ସାଂସଦମାନେ ଇମ୍ରାନ ଖାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହାଠାରୁ ବଡ଼ କଥା ଯେ ସାଂସଦଙ୍କ ମଧ୍ୟରେ ସଂଘର୍ଷ ବେଳେ ସେଠାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପାକିସ୍ତାନ ନୌସେନା ଏବଂ ବାୟୁସେନା ମୁଖ୍ୟ ତଥା ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟିର ଅଧ୍ୟକ୍ଷ ଉପସ୍ଥିତଥିଲେ। ଏହି ଲଜ୍ଜାଜନକ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହାକୁ ନେଇ ପାକିସ୍ତାନ ଲୋକମାନେ ନେତାଙ୍କୁ ଖୁବ ସମାଲୋଚନା କରୁଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories