ବିକ୍ରି ହେବ ଟ୍ୱିଟର- କିଣିବା ପାଇଁ ଶେଷ ଏବଂ ସବୁଠାରୁ ଭଲ ପ୍ରସ୍ତାବ ଦେଲେ ଏଲନ୍‌ ମସ୍କ

ନ୍ୟୁୟର୍କ- ସାମାଜିକ ଗଣମାଧ୍ୟମରେ ଲୋକ ପ୍ରିୟ ଟ୍ୱିଟରକୁ କିଣିବା ପାଇଁ ସ୍ପେସ୍‌ ଏକ୍ସର ପୂର୍ବତନ ସିଇଓ ଏଲନ୍‌ ମସ୍କ ପ୍ରସ୍ତାବ ଦେଇଛନ୍ତି । ସେ ଏହାର ୧୦୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାର ୯.୨ ପ୍ରତିଶତ ଅଂଶଧନ କିଣିବାର ଦୁଇ ସପ୍ତାହ ପରେ ଏଲନ୍‌ ଟ୍ୱିଟରକୁ ସମ୍ପୂର୍ଣ୍ଣ ଭାବେ କିଣିବା ପାଇଁ କହିଛନ୍ତି ।

prayash

ପ୍ରତ୍ୟକ ସେୟାର ପାଇଁ ସେ ଆମେରିକୀୟ ଡଲାର ଅନୁସାରେ ୫୪.୨ ଡଲାର ପ୍ରଦାନ କରିବେ ବୋଲି କହିଛନ୍ତି । ସବୁ ସେୟାର ପାଇଁ ସେ ନଗଦ ଅର୍ଥ ଦେବେ ବୋଲି ସୂଚନା ଦେଇଛନ୍ତି । ତାଙ୍କର ପ୍ରସ୍ତାବକୁ ଗ୍ରହଣ କରାନଗଲେ ଟ୍ୱିଟରର ସେୟାର ରଖିବା ବିଷୟରରେ ସେ ଚିନ୍ତା କରିବେ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ।

ଏବେ ଏଲନ୍‌ ମସ୍କ ଟେଲସା ଏବଂ ସ୍ପେସ୍‌ ଏକ୍ସର ମୁଖ୍ୟ ଏକ୍ସିକ୍ୟୁଟିଭ୍‌ ଅଛନ୍ତି ।

Comments are closed.