www.samajalive.in
Sunday, December 7, 2025
26.1 C
Bhubaneswar

ଏକ୍ସରେ ମିଳିବ ଅନେକ ସୁବିଧା, ୟୁଟ୍ୟୁବକୁ ମିଳିପାରେ କଡା ଟକ୍କର

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସାମାଜିକ ଗଣମାଧ୍ୟମ କ୍ଷେତ୍ର ଏକ୍ସରେ ସବୁକିଛି ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏକ୍ସର ମାଲିକ ଏଲନ ମସ୍କ ଏହି ଆପକୁ ଅଲ୍ ଇନ୍ ଓ୍ବାନ୍ ଆପ୍ ଭାବେ ପ୍ରସ୍ତୁତ କରିବା ପାଇଁ ଲାଗି ପଡିଛନ୍ତି । ସେ ନିଜେ ଏନେଇ ସୂଚନା ଦେଇଛନ୍ତି । 

 

- Advertisement -

ଏକ୍ସ ବିଜନେସ୍ ଏକ ପୋଷ୍ଟ ଜରିଆରେ ଜଣାଇଛି କି ଏକ୍ସ ପ୍ଲାଟଫର୍ମରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ସୂଚୀର ସିଧା ପ୍ରସାରଣ ହୋଇସାରିଛି । କୃତ୍ରିମ ବୁଦ୍ଧିମତା, ଆର୍ଥିକ ସେବା କ୍ଷେତ୍ରର କମ୍ପାନୀମାନେ ଏହି ପ୍ଲାଟଫର୍ମକୁ ବ୍ୟବହାର କରି ନୂଆ କର୍ମଚାରୀ ପାଇପାରୁଛନ୍ତି । ସେହିଭଳି ଯୁବପିଢି ମଧ୍ୟ ଏହାକୁ ଲିଙ୍କଡିନ୍ ଭଳି ବ୍ୟବହାର କରି ନୂଆ ନିଯୁକ୍ତି ପାଇପାରୁଛନ୍ତି । ଏକ୍ସ ହାୟରିଂ ନାମରେ ପ୍ରସ୍ତୁତ ଏକ୍ସ ହ୍ୟାଣ୍ଡେଲ ମଧ୍ୟ ଏକ୍ସ ପ୍ଲାଟଫର୍ମର ନିଯୁକ୍ତି ପ୍ଲାଟଫର୍ମରେ ଜଡିତ ହେବା ନେଇ ସୂଚନା ଦେଇଛି । ଏହାକୁ ଏଲନ ମସ୍କ ପୋଷ୍ଟ କରିଛନ୍ତି । ଏହି ହ୍ୟାଣ୍ଡେଲରୁ ମଧ୍ୟ କୁହାଯାଇଛି କି ୧୦ ଲକ୍ଷରୁ ଅଧିକ ନିଯୁକ୍ତି ଲାଇଭ୍ ହୋଇସାରିଛି ।

 

ଏକ୍ସରେ ଅନେକ ନୂଆ ଫିଚର୍ସ ଯୋଡାଯାଇଛି । ଏଥିରେ ଉପଭୋକ୍ତା ଭିଡିଓ କଣ୍ଟେଣ୍ଟ୍ ସେୟାର କରିପାରିବେ । ଉପଭୋକ୍ତା ପଇସା ମଧ୍ୟ ଆୟ କରିପାରିବେ । ତେବେ ଏହା କିଛି ମାତ୍ରାରେ ନିଶ୍ଚୟ ୟୁଟ୍ୟୁବକୁ କଡା ମୁକାବିଲା ଦେଇପାରେ ବୋଲି ଅନୁମାନ କରାଯାଉଛି । ୨ ବର୍ଷରେ ଏଲନ ମସ୍କ ଟ୍ବିଟରକୁ କିଣିଥିଲେ । ଏହା ପରେ ମସ୍କ ଟ୍ବିଟରର ନାଁ ପରିବର୍ତ୍ତନ କରି ଏକ୍ସ ରଖିଦେଇଥିଲେ । ସେବେ ସେ କହିଥିଲେ କି ଏହି ଆପରେ ଅନେକ ନୂଆ ଫିଚର୍ସ ଆସିବ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories