www.samajalive.in
Monday, December 15, 2025
24.1 C
Bhubaneswar

ଚନ୍ଦକା ଜଙ୍ଗଲରେ ହାତୀ ମୃତ

ସମାଜ ଲାଇଭ ଡ଼େସ୍କ : ଚନ୍ଦକା ଜଙ୍ଗଲରେ ଏକ ଚିକିତ୍ସିତ ହାତୀର ମୃତ୍ୟୁ ହୋଇଛି । ଦାରୁଠେଙ୍ଗ ଭୁଆସୁଣୀ ମୌଜା ବରବାରି କାଢୁବାରି ଜଙ୍ଗଲ କଡ଼ରୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ମକେନା ହାତୀକୁ ଶୁକ୍ରବାର ସକାଳେ ଚନ୍ଦକା ବନବିଭାଗ ଠାବ କରିଥିଲେ ।  ପରେ ନନ୍ଦନକାନନର ଏକ ଡ଼ାକ୍ତରୀ ଦଳଙ୍କୁ ଡାକି ପ୍ରାଥମିକ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ କରିଥିଲେ । ଡାକ୍ତରୀ ଦଳ ହାତୀକୁ ଆଣ୍ଟିବାୟୋଟିକ ଔଷଧ ଓ ସାଲାଇନ ଦେଇଥିଲେ ପରେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ଅପରାହ୍ନ ୪ଟା ସୁଦ୍ଧା ହାତୀର ଚେତା ଫେରିବା ସହ ହାତୀ ତଳୁ ଉଠି କିଛି ବାଟ ପଯ୍ୟନ୍ତ ଚାଲିଚାଲି ଯାଇଥିଲା । ହାତୀ ଉଠିବା ପରେ ତା’ର ଗତିବିଧି ଉପରେ ବନବିଭାଗ ନଜରରଖିଥିଲେ । କିନ୍ତୁ ଆଜି ସକାଳୁ ହାତୀଟିର ମୃତଦେହ ଉଦ୍ଧାର ହୋଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories