ନୀଳଗିରି : ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଅଧୀନ ଖୁମକୁଟ ଠାରେ ସୋମବାର ଏକ ୧୦ ବର୍ଷର ଅଣ୍ଡିଆ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି। ହାତୀଛୁଆଟି ରକ୍ତ ହୀନତାର ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏହାସହ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
Popular Categories



