www.samajalive.in
Sunday, December 7, 2025
23.1 C
Bhubaneswar

୩ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ; ମରାମତି ପାଇଁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ଗତ ୩ ଦିନ ହେଲା କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣ ଯୋଗୁଁ ଅଞ୍ଚଳବାସୀ ଦୂରଭାଷର ଏବଂ ପିଇବା ପାଣି ପାଇଁ ମଧ୍ୟ ନାକେଦମ ହୋଇଗଲେଣି। ଏଭଳି ସ୍ଥଳେ ତୁରନ୍ତ ଏହାର ମରାମତି କରାଯାଇ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି କରି ଆଜି ଅଞ୍ଚଳବାସୀ ଏକ ଦାବିପତ୍ର ସାଇଥକୋର ଏସ୍.ଡ଼ି.ଓଙ୍କ କାଯ୍ୟାଳୟରେ ପ୍ରଦାନ କରିଛନ୍ତି। ବଲସକୁମ୍ଫା ବିଦ୍ୟୁତ୍ ଉପଭୋକ୍ତା ଉଦୟନାଥ ଭୋଇ , ରାଧାକୃ୍ଷ୍ଟ ନାୟକ , ରଂଜିତ୍ ନାୟକ , ବିନୋଜ କୁମାର ସାହୁ , ବିନୋଦ କୁମାର ସାହୁ , ସଂଜୟ କୁମାର ସାହୁ , ଶରତ ବେହେରା ଓ ଅନ୍ୟମାନେ ସାମିଲ୍ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories