www.samajalive.in
Monday, December 15, 2025
24.1 C
Bhubaneswar

ଓଇଆରସିରେ ବିଦ୍ୟୁତ୍ ଦର ସଂଶୋଧନ ନେଇ ମଙ୍ଗଳବାରଠାରୁ ଶୁଣାଣି

ଭୁବନେଶ୍ବର : ଗ୍ରିଡକୋ ଗତବର୍ଷ ବିଭିନ୍ନ ଆବଣ୍ଟନକାରୀ କମ୍ପାନୀ ଗୁଡିକୁ ୟୁନିଟ ପିଛା ୩ଟଙ୍କା ୨୨ପଇସା ଦରରେ ବିଦ୍ୟୁତ୍‌ ବିକ୍ରି କରୁଥିଲା। ଚଳିତ ବର୍ଷ ଏହା ୟୁନିଟ ପିଛା ୩ଟଙ୍କା ୮୪ପଇସାରେ ବିକ୍ରି କରିବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)କୁ ଅନୁମତି ମାଗିଛି। ଯଦି ଓଇଆରସି ଗ୍ରିଡକୋକୁ ଦର ବୃଦ୍ଧି ପାଇଁ ଅନୁମତି ଦିଅନ୍ତି,  ତେବେ ୟୁନିଟ ପିଛା ୬୨ ପଇସା ବୃଦ୍ଧି ପାଇବ ବୋଲି କୁହାଯାଉଛି। ଫଳରେ ଆବଣ୍ଟନ କମ୍ପାନୀ, ଟାଟା ପାୱାର ଉତ୍ତରାଞ୍ଚଳ ବିତରଣ ଲି., ଟାଟାପାୱାର ପଶ୍ଚିମାଞ୍ଚଳ ବିତରଣ ଲି., ଟାଟା ପାୱାର ଦକ୍ଷିଣାଞ୍ଚଳ ବିତରଣ ଲି. ପାଖରେ ଖୁଚୁରା ବିଦ୍ୟୁତ୍‌ ପହଞ୍ଚିବା ବେଳକୁ ଏହା ଆହୁରି ମହଙ୍ଗା ହୋଇଯାଇଥିବ। ଏହି କମ୍ପାନୀମାନେ ଯେତେବେଳେ ଉପଭୋକ୍ତାଙ୍କୁ ବିଜୁଳି ବିକ୍ରି କରିବେ,  ସେତେବେଳେ ସେମାନେ ତାଙ୍କର ଲାଭ କ୍ଷତିର ହିସାବ କରି ଦର ବଢାଇ ବିକ୍ରି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ। ବିତରଣକାରୀ କମ୍ପାନୀ ଗୁଡିକ ସେମାନଙ୍କ ପରିବହନ ଜନିତ ଖର୍ଚ୍ଚ ହିସାବକୁ ନେଇ ଉପଭୋକ୍ତାଙ୍କ ଉପରେ ବୋଝ ଲଦି ଦେବାର ସମ୍ଭାବନା ରହିଛି।
ଓଡ଼ିଶା ଭଳି ଗୋଟିଏ ବିଦ୍ୟୁତ୍‌ ଉତ୍ପାଦକ ରାଜ୍ୟରେ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚିଲା ବେଳକୁ ଏହା ମହଙ୍ଗା ହୋଇ ସାରିଥିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ଭାରତ ବର୍ଷରେ ପ୍ରଥମେ ଓଡ଼ିଶା ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର ଆଣିଥିଲା। ୧୯୯୪-୯୫ ମସିହାରେ ବିଶ୍ବବ୍ୟାଙ୍କରୁ ଋଣ ଆଣି ଓଡ଼ିଶା ସରକାର ବିଜୁଳିର ଘରୋଇକରଣ ଆରମ୍ଭ କରିଥିଲେ। ସେତେବେଳେ ଓଡ଼ିଶା ରାଜ୍ୟ ବିଦ୍ୟୁତ ପରିଷଦ ୫୬% ସରବରାହ ଜନିତ କ୍ଷତିର ସମ୍ମୁଖୀନ ହୋଇଥିଲା। ରାଜ୍ୟର ବିଦ୍ୟୁତ ଉପଭୋକ୍ତଙ୍କ ସଂଖ୍ୟା ୧୦ଲକ୍ଷ ରହିଥିଲା। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଦ୍ୟୁତ ସଂସ୍କାର ହେଲେ ରାଜ୍ୟରେ ବିଜୁଳି ଶସ୍ତା ଓ ସୁଲଭ ଦରରେ ମିଳିପାରିବ। ରାଜ୍ୟବାସୀଙ୍କୁ ବିଦ୍ୟୁତ କାଟ୍‌ରୁ ମୁକ୍ତି ମିଳିବ। କିନ୍ତୁ ଦୁଃଖର କଥା ୧୯୯୪-୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ବିଜୁଳି ସଂସ୍କାର ୩୦ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ହେଲେ ବିଡମ୍ବନାର ବିଷୟ ରାଜଧାନୀ ସହିତ ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ୍‌ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି। ସମୀକ୍ଷା ୩୦ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୬ ପର୍ଯ୍ୟନ୍ତ ଚାଲିବ। ୩୦ରେ ଓଏଚପିସି ଏବଂ ଓପିଜିସିର ସମୀକ୍ଷା ହେବ। ହସ୍ତଗତ ସୂଚନାନୁଯାୟୀ, ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀଗୁଡିକ ବିଦ୍ୟୁତ୍‌ ଦର ବୃଦ୍ଧି ନ କରିବାକୁ ଓଇଆରସି ପାଖରେ ଆବେଦନ କରିଛନ୍ତି। ଗୋଟିଏପଟେ ଗ୍ରିଡକୋ ୬୨ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଅନ୍ୟପଟେ ବିତରଣକାରୀ କମ୍ପାନୀ ଗୁଡିକ ଦର ବୃଦ୍ଧି ନକରିବାକୁ ଆବେଦନ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories