www.samajalive.in
Monday, December 15, 2025
16.1 C
Bhubaneswar

ଜୟପ୍ରକାଶ କଲେଜରେ ଓଡ଼ିଆ ଭାଷା ସମ୍ମିଳନୀ

ଭବାନୀପାଟଣା: ସ୍ଥାନୀୟ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନ ସଭା ସୋମବାର ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷ ଛବିଲାଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଆଲୋଚନାଚକ୍ର ର ପ୍ରଥମ ଅଧିବେଶନରେ ଆଲୋଚକ ଭାବେ ବିଶିଷ୍ଟ ନାଟ୍ୟକାର ଉମେଶଚନ୍ଦ୍ର ଶତପଥୀ, ପ୍ରାବନ୍ଧିକ ଦାଶରଥି ଆଚାର୍ଯ୍ୟ ଏବଂ ବିଶିଷ୍ଟ ସମାଲୋଚକ ପ୍ରତାପ ସେନାପତି ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ମହନୀୟତା ଓ ଓଡ଼ିଆ ଜନଜୀବନରେ ଏହାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରମିଳା ମେହେର, କୈଳାସ ହଂସ, ଜୟନ୍ତୀ ଗହୀର, ତୁଳସୀ କରୁଆଁ ପ୍ରମୁଖ ଭିତ୍ତିପ୍ରବନ୍ଧ ପାଠ କରିଥିଲେ। ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ ସାମ୍ବାଦିକ  ଉମାଶଙ୍କର କର, ବିଶିଷ୍ଟ ଗାଳ୍ପିକ ବିଜୟ ପ୍ରଧାନ, ଗାଳ୍ପିକ ଡିଲେଶ୍ୱର ରଣା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ୧୦୧ ସାହିତ୍ୟିକଙ୍କ ଫଟୋଚିତ୍ର ଓ ସାରସ୍ୱତ କୃତି ତଥା ଓଡ଼ିଶାର ଭାଷା ଓ ଲିପି ସମ୍ପର୍କିତ ବିଶାଳ ମନୋଜ୍ଞ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories