www.samajalive.in
Friday, December 5, 2025
26.1 C
Bhubaneswar

ଅବକାରୀ ବିଭାଗ ଦ୍ୱାରା ବାଇକ ସହ ୧୪କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଅବକାରୀ ବିଭାଗ ମୋବାଇଲ ଟିମ ଏକ ନମ୍ବର ବିହୀନ ବାଇକ ସହ ୧୪ କେଜି ଗଞ୍ଜେଇ ଏବଂ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି ।  ଅବକାରୀ ମୋବାଇଲ ଟିମ ର ଇନ୍ସପେକ୍ଟର ଭବାନୀ ଶଙ୍କର ସେଠିଙ୍କ ସୂଚନା ଅନୁସାରେ ଫିରିଙ୍ଗିଆ ଥାନା  ନୂଆପଦର ପଞ୍ଚାୟତ ବିଲୁପଦର ଗାଁର ୨ ଜଣ ଗଞ୍ଜେଇ ମାଫିଆ ଶୁଭଙ୍କର ସାହାଣୀ ଓ ବାରିକ ଦିଗାଲ ଏକ ନମ୍ବର ବିହୀନ ବାଇକ ରେ ଗୋଟିଏ ଅଖାରେ ଗଞ୍ଜେଇ ଭର୍ତ୍ତି କରି ନୂଆ ପଦର ଅଞ୍ଚଳରୁ ଭଞ୍ଜନଗରକୁ ଗଞ୍ଜେଇ ଚାଲାଣ କରିଥିଲେ। ତେବେ ଅବକାରୀ ବିଭାଗ ର ମୋବାଇଲ ୟୁନିଟ ଟିମ କସାକାଠି ଛକରେ ସେମାନଙ୍କୁ ଅଟକାଇବା ସହ ୧୪କେଜି ଗଞ୍ଜେଇ ଓ ଏକ  ନମ୍ବର ବିହୀନ ବାଇକ ଜବତ କରିଛି। ଅବକାରୀ ବିଭାଗ ଏହି ଘଟଣାରେ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories