www.samajalive.in
Saturday, December 6, 2025
19.1 C
Bhubaneswar

ଚଣ୍ଡୀଗଡ଼ ମେୟର ନିର୍ବାଚନ: ଇଣ୍ଡିଆ ମେଣ୍ଟ-ବିଜେପି ମଧ୍ୟରେ ଟକ୍କର

ଚଣ୍ଡିଗଡ: ମଙ୍ଗଳବାର ଚଣ୍ଡୀଗଡ଼ରେ ମେୟର ନିର୍ବାଚନ ଅନୁଷ୍ଠିତ ହେବ। ମେୟର, ଡେପୁଟି ମେୟର ଏବଂ ବରିଷ୍ଠ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହେବାକୁ ଯାଉଛି। ସକାଳ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ନିର୍ବାଚନ ଚାଲିଛି। ସୂଚନା ଅନୁସାରେ ଗତ ଜାନୁଆରୀ ୧୮ରେ ମେୟର ନିର୍ବାଚନ ହେବାର ଥିଲା । ମାତ୍ର ପ୍ରିଜାଇଡିଂ ଅଫିସର ଅନିଲ ମାସିଙ୍କ ଅସୁସ୍ଥତା କାରଣରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ନିର୍ବାଚନ ଫେବ୍ରୁଆରୀ ୬ରେ ହେବା ଲାଗି ତାରିଖ ଧାର୍ୟ୍ୟ ହୋଇଥିଲା । ମାତ୍ର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ହେବ । ନିର୍ବାଚନ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ ଡେପୁଟି କମିଶନର । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ହେବ ବୋଲି କହିଛନ୍ତି ଡେପୁଟି କମିଶନର ବିନୟ ପ୍ରତାପ ସିଂ ।

ନିର୍ବାଚନରେ କଂଗ୍ରେସ-ଆମ୍‍ ଆଦମୀ ପାର୍ଟି ସହଯୋଗୀ ଦଳ ଏବଂ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଛି। ମିଳିତ ବିରୋଧୀ ଦଳଙ୍କ ବିଜୟ ସଂଖ୍ୟା ଅଧିକ ରହିଥିବା ବେଳେ ମେୟର ପଦ କିନ୍ତୁ ବିଜେପିର ହେବ ବୋଲି ଦଳ ଦାବି କରିଛି। ଅନ୍ୟପକ୍ଷରେ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ କାର୍ୟ୍ୟାଳୟ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରାୟ ୭୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଅତିରିକ୍ତ ପାରାମିଲିଟାରୀ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ନିଗମ କାର୍ୟ୍ୟାଳୟ ଚାରିପାଖରେ ରାସ୍ତା ବନ୍ଦ ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories