www.samajalive.in
Sunday, December 7, 2025
18.1 C
Bhubaneswar

ସଂଖ୍ୟାଗରିଷ୍ଠତା ଆଡ଼କୁ ଆଗେଇ ଚାଲିଛି ଆମ୍‍ ଆଦମୀ ପାର୍ଟି, ଗୋଆ ଓ ମଣିପୁରରେ ବିଜେପି

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟ୍‍ ଗଣତି ଚାଲିଛି। ବିଜେପି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ କ୍ଷମତାକୁ ଫେରିଆସିବାର ଆଶା କରାଯାଉଥିବା ବେଳେ ପଞ୍ଜାବରେ ଆମ୍‍ ଆଦମୀ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଆଡ଼କୁ ଆଗେଇ ଚାଲିଛି। ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଏକକ ସର୍ବବୃହତ ଦଳ ଭାବେ ଉଭା ହେବା ଆଶା କରାଯାଉଛି।

ଉତ୍ତରପ୍ରଦେଶରେ ମୋଟ୍‍ ୪୦୩ଟି ଆସନ ମଧ୍ୟରୁ ବିଜେପି ୫ଟି ଆସନରେ ଜିତିଥିବା ବେଳେ ୧୪୭ଟି ଆସନରେ ଆଗୁଆ ରହିଛି ଏବଂ ସମାଜବାଦୀ ପାର୍ଟି ୧୨୫ଟି ଆସନ ଏବଂ ସମାଜବାଦୀ ପାର୍ଟି ୧୧୩ଟି ଓ କଂଗ୍ରେସ ଦୁଇଟି ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସହରାଞ୍ଚଳ ଆସନରେ ଆଗୁଆ ଥିଲାବେଳେ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥନାଥ ସିଂ ଆଲ୍ଲାବାଦ ପଶ୍ଚିମ ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କରହଲ୍‍ ଆସନରେ ଆଗୁଆ ଅଛନ୍ତି।

- Advertisement -

ଉତ୍ତରାଖଣ୍ଡରେ ମୋଟ୍‍ ୭୦ଟି ଆସନ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସ ୩ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୪୫ଟି ଆସନରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ପ୍ରାର୍ଥୀ ହରିଶ ରାୱତ ବିଜେପି ପ୍ରାର୍ଥୀ ଡକ୍ଟର ମନମୋହନ ବିଷ୍ଟ୍‍ଙ୍କଠାରୁ ଲାଲ୍‍ପୁଆ ଆସନରେ ପଛରେ ଅଛନ୍ତି।

ପଞ୍ଜାବରେ ୧୧୭ଟି ଆସନ ମଧ୍ୟରୁ ୫୭ଟି ଆସନରେ ଆମ୍‍ ଆଦ୍‍ମୀ ପାର୍ଟି ବିଜୟୀ ହୋଇଥିବା ବେଳେ ୫୭ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୦ଟିରେ ଆଗରେ ରହିଛି, ଶିରୋମଣି ଅକାଳୀଦଳ ୧ଟିରେ ବିଜୟୀ ଓ ୨ଟିରେ ଆଗୁଆ, ବିଜେପି ୧ଟିରେ ବିଜୟୀ ଓ ୧ଟିରେ ଆଗୁଆ ରହିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟାପ୍‍ଟେନ୍‍ ଅମରିନ୍ଦର ସିଂ ଆମ୍‍ ଆଦ୍‍ମୀ ପାର୍ଟିର ପ୍ରାର୍ଥୀ ଅଜିତ ପାଲ୍‍ ସିଂଙ୍କଠାରୁ ପଟିଆଲା ଆସନରେ ପରାସ୍ତ ହୋଇଛନ୍ତି। ଶିରୋମଣି ଅକାଳୀଦଳର ପ୍ରତିଷ୍ଠାତା ପ୍ରକାଶ ସିଂ ବାଦଲ ମଧ୍ୟ ଖୁରିଆନା ଆସନରେ ଆପ୍‍ ପ୍ରତିଦ୍ୱନ୍ଦୀ ଗୁରୁମିତ ସିଂଙ୍କଠାରୁ ପଛରେ ଅଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ଅମୃତସର ପୂର୍ବ ଆସନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଶିରୋମଣି ଅକାଳୀଦଳର ବିକ୍ରମ ସିଂ ମଜିଥିଆଙ୍କଠାରୁ ହାରିଯାଇଛନ୍ତି।

ତେଣେ ମଣିପୁରରେ ମୋଟ୍‍ ୬୦ଟି ଆସନ ମଧ୍ୟରୁ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଗରେ ଥିବା ବେଳେ କଂଗ୍ରେସ ୨ଟି ଓ ନ୍ୟାଶନାଲ୍‍ ପିପୁଲ୍‍ସ ପାର୍ଟି ୨ଟି ଆସନରେ ବିଜୟୀ ହୋଇଛନ୍ତି। ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଏନ୍‍. ବିରେନ୍‍ ସିଂ ହେଇଂଗଙ୍ଗ ଆସନରେ ଆଗୁଆ ଅଛନ୍ତି। ଗୋଆ ବିଧାନସଭା ପାଇଁ ୪୦ଟି ଯାକ ଆସନ ମଧ୍ୟରୁ ବିଜେପି ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି। ଆସାମର ମାଜୁଲି ବିଧାନସଭା ଉପନିର୍ବାଚନରେ ବିଜେପିର ଭୁବନ ଗମ୍‍ ଆସାମ ଜାତୀୟ ପରିଷଦ ପ୍ରାର୍ଥୀ ଚିତ୍ତରଞ୍ଜନ ବସୁମତାରୀଙ୍କଠାରୁ ଆଗରେ ରହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories