www.samajalive.in
Tuesday, December 9, 2025
26.1 C
Bhubaneswar

ସି.ପି ଜୋଷୀଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ

ଜୟପୁର : ବିବାଦୀୟ ମନ୍ତବ୍ୟ ଦେଇ କ୍ଷମାମାଗିଥିବା କଂଗ୍ରେସ ନେତା ସି.ପି ଜୋଷୀଙ୍କୁ ନିର୍ବାଚନ ଆୟୋଗ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ବିଜେପି ପକ୍ଷରୁ ଅଭିଯୋଗ ପାଇବା ପରେ ରାଜସ୍ଥାନର ରାଜସମନ୍ଦ ଜିଲା ନିର୍ବାଚନ ଅଧିକାରୀ ଜୋଷୀଙ୍କୁ ଏହି ନୋଟିସ ପ୍ରଦାନ କରିଛନ୍ତି। ରବିବାର ପୂର୍ବାହ୍ଣ ୧୧ଟା ସୁଦ୍ଧା ଏହାର ଜବାବ ରଖିବାକୁ ତାଙ୍କୁ କୁହାଯାଇଛି। ୨୨ତାରିଖରେ ଜୋଷୀ ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀଙ୍କ ସମେତ କିଛି ବିଜେପି ନେତାଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ସେମାନେ ନୀଚ ଜାତିର ହୋଇଥିବାରୁ ହିନ୍ଦୁତ୍ୱ ସମ୍ପର୍କରେ କହିବାର ଅଧିକାର ନାହିଁ; କେବଳ ବ୍ରାହ୍ମଣମାନେ ହିଁ ହିନ୍ଦୁତ୍ୱ ସମ୍ପର୍କରେ କହିପାରିବେ ବୋଲି ଜୋଷୀ ମନ୍ତବ୍ୟ ଦଇଥିଲେ। ଏ ନେଇ ଦଳ ସଭାପତି ରାହୁଲ ଗାନ୍ଧୀ ବିରକ୍ତି ପ୍ରକାଶ କରିବା ପରେ ସେ କ୍ଷମା ମାଗିଥିଲେ। ଜୋଷୀ ରାଜସ୍ଥାନର ନାଥଦ୍ୱାର ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories