www.samajalive.in
Monday, December 15, 2025
16.1 C
Bhubaneswar

୨୨ ପର୍ଯ୍ୟନ୍ତ ଶୋଭାଯାତ୍ରା ମନା, ସଭାକୁ ଅନୁମତି

ନୂଆଦିଲ୍ଲୀ: ଶନିବାର ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଦେଶର ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣାକୁ ବୃଦ୍ଧି କରାଯାଇଛି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆସନ୍ତା ୨୨ ପର୍ଯ୍ୟନ୍ତ କଟକଣା ବୃ ଦ୍ଧିହୋଇଛି। ଶୋଭାଯାତ୍ରା ଏବଂ ରୋଡ୍ ଶୋ’ ଉପରେ କଟକଣା ଜାରି ହୋଇଛି। ଏହି କଟକଣାରେ ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକର ଶାରୀରିକ ଶୋଭାଯାତ୍ରା ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗତ ସପ୍ତାହରେ ପାଞ୍ଚଟି ରାଜ୍ୟ ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା। ସେଥିରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ନିର୍ବାଚନ ସମାବେଶ, ରୋଡ୍ ଶୋ ଏବଂ ବୈଠକକୁ ନିଷିଦ୍ଧ କରାଯାଇଥିଲା।
ଏହା ପରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସ୍ଥିତି ଖରାପ ଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରିଥିଲେ। ସେମାନେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ବନ୍ଦ ହୋଇନାହିଁ। କିନ୍ତୁ ଓମିକ୍ରନ୍ ପ୍ରକରଣ ଡେଲଟା ଭଳି ଭୟଙ୍କର ନୁହଁ। ତଥାପି ଏହି ସମୟରେ କଟକଣା କୋହଳ କଲେ ବିପଦ ବଢ଼ିପାପରେ। ତେଶୁ ନିର୍ବାଚନ ସଂକ୍ରାନ୍ତୀୟ ଶୋଭାଯାତ୍ରା ଏବଂ ଶାରୀରିକ ପ୍ରଚାର ଉପରେ କଟକଣା ଲାଗୁ ପାଇଁ ପ୍ରସ୍ତବ ଦେଇଥିଲେ।
ସେହି ପ୍ରସ୍ତାବ ଅନୁଯାୟୀ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଶୋଭାଯାତ୍ରା ଓ ପ୍ରଚାର ଉପରେ କଟକଣା ବୃଦ୍ଧି କରିବାକୁ ସହମତି ପ୍ରକାଶ ପାଇଛି। ଆଜି ସରିବାକୁ ଥିବା କଟକଣା ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ସର୍ବାଧିକ ୩ଶହ ଲୋକ ବା ହଲ କ୍ଷମତାର ୫୦%ରେ ହେବ ରାଜନୈତିକ ସଭା ଆୟୋଜନ କରାଯାଇପାରିବ। ରାଜନୈତିକ ଦଳ ଗୁଡ଼ି କୋଭିଡ୍ ପ୍ରୋଟୋକଲ ମାନିବାକୁ ପରାମର୍ଶ ଦିଆଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମଣିପୁରର ୬୦ଟି ନିର୍ବାଚନମଣ୍ଡଳୀରେ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଫେବୃଆରୀ ୧୪ରେ ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମତଦାନ ହେବ। ମାର୍ଚ୍ଚ ୧୦ ରେ ସମସ୍ତ ପାଞ୍ଚଟି ରାଜ୍ୟରେ ଭୋଟ ଗଣନା କରାଯିବ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories