www.samajalive.in
Sunday, December 14, 2025
19.1 C
Bhubaneswar

ଅବକାରୀ ଚଢାଉ, ୨ ଗିରଫ

ବାଙ୍କୀ: ଶନିବାର ଦିନ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨ ଜଣଙ୍କୁ ଗିରଫ କରାଯିବା ସହ ୭ ଲିଟର ମଦ ଜବତ କରାଯାଇଛି। ଏଥିରେ ବ୍ୟବହୃତ ଗୋଟିଏ ମୋଟର ସାଇକେଲକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ଅବକାରୀ ବିଭାଗର ସୂଚନା ଅନୁଯାଇ ଜିଲ୍ଲା ଅବକାରୀ ଅଧ୍ୟିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରାଯାଇ ବାଙ୍କୀ ଥାନା ଅଧିନ ବନ୍ଦାଳ ଗ୍ରାମସ୍ଥିତ ତ୍ରିନାଥ ମନ୍ଦିର ନିକଟରୁ ପ୍ରଭାକର ବେହେରାଙ୍କୁ ୨୩ ବୋତଲ ମଦ(୪ ଲିଟର ୧୪୦ମି.ଲି) ସହିତ ବ୍ୟବହୃତ ମୋଟର ସାଇକେଲକୁ ଜବତ କରାଯାଇଛି। ସେହିପରି ଶିମିଳିପୁର ଗ୍ରାମ ରନ୍ଧନଗ୍ୟାସ୍‍ ଡିପୋ ସମ୍ମୁଖରୁ ଅଜିତ୍‍ କୁମାର ନାୟକଙ୍କ ଠାରୁ ୧୬ ବୋତଲ(୨ଲିଟର ୮୦୦ମି.ଲି) ମଦ ଜବତ କରାଯାଇଛି। ଉଭୟ ଘଟଣାରେ ୨ ଅଭିଯୁକ୍ତଙ୍କୁ ଆଜି ଅଦାଲତକୁ ପଠାଯାଇଥିବା ଜଣାପଡିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories