www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରହ୍ମପୁରା ପଞ୍ଚାୟତରେ ମିଶ୍ରଣ ପର୍ବ

ବାଙ୍କୀ: ଶନିବାର ଦିନ ପୂର୍ବାହ୍ନରେ ବାଙ୍କୀ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବ୍ରହ୍ମପୁରା ଗ୍ରାମପଞ୍ଚାୟତର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁରା ପଞ୍ଚାୟତ ସମିତି ସଭ୍ୟ ଗୋବର୍ଦ୍ଧନ ମହାରଣାଙ୍କ ନେତୃତ୍ୱରେ ଅନ୍ୟଦଳ ଛାଡି ବହୁ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସମସ୍ତ ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଛନ୍ତି। ଏହି ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ସନାତନ ବେହେରା,ବରିଷ୍ଠ ବିଜେଡି ନେତା ସୁବାଷ ପାଢୀ,ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାଇ ବ୍ରହ୍ମପୁରା ଗ୍ରାମର ଗଙ୍ଗାଧର ଦେବତା, ରତ୍ନାକର ସାମଲ, ସଦାନନ୍ଦ ସାହୁ, ବିବେକା ସାହୁ, ଯୋଗେନ୍ଦ୍ର ଦେବତା, କୃଷ୍ଣଚନ୍ଦ୍ର ଜେନା, ପରି ସାମଲ, ସୁବାଷ ସ୍ୱାଇଁ, ଦିଲ୍ଲିପ ରାଉତ, ଦେବରାଜ ବେହେରା, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏହା ଦ୍ୱାରା ପଞ୍ଚାୟତର ବିଜେଡି ଦଳର ସ୍ଥିତି ମଜବୁତ ହୋଇଥିବା ଜଣାପଡିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories