www.samajalive.in
Sunday, December 14, 2025
19.1 C
Bhubaneswar

ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ

ବାଙ୍କୀ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସଠିକ ପରିଚାଳନା ଏବଂ ଜାନୁଆରୀ ୧୭ ତାରିଖ ଠାରୁ ପ୍ରତି ପଞ୍ଚାୟତରେ ଆରମ୍ଭ ହେବାକୁ ଥିବା ପାର୍ଥୀ ନାମାଙ୍କନ ପତ୍ର ଗ୍ରହଣକୁ ପରିଚାଳନା କରିବା ପାଇଁ ପଞ୍ଚାୟତ ନିର୍ବାଚନ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଶନିବାର ଦିନ ଅପରାହ୍ନରେ ବାଙ୍କୀ ପଞ୍ଚାୟତ ସମିତି ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ପ୍ରଶିକ୍ଷଣ ଶିବିର ବାଙ୍କୀ ବିଡିଓ ପ୍ରଦୀପ୍ତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ବିଡିଓ ସୂଚିସ୍ମିତା ନାୟକ ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ। ପ୍ରଶିକ୍ଷକ ଭାବରେ ବ୍ଲକ ମଙ୍ଗଳ ଅଧିକାରୀ ଚିତରଂଜନ ବେହେରା ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି।

ଆଗାମୀ ୧୭ ତାରିଖ ଠାରୁ ୨୧ ତାରିଖ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଏବଂ ଓାର୍ଡ ପାର୍ଥୀ ମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରାଯିବା ସମ୍ପର୍କରେ ଆଲୋଚନା ଓ ସମସ୍ତ ବିଧି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ବାଙ୍କୀ ବ୍ଲକ ଅଧିନ ସମସ୍ତ ୨୦ଗୋଟି ପଞ୍ଚାୟତରେ କିଭଳି ଭାବରେ ଶୃଙ୍ଖଳିତ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ସୁବିଧାରେ କରାଯାଇ ପାରିବ ସେ ସମ୍ପର୍କରେ ବିଡିଓ ଆଲୋକପାତ କରିଛନ୍ତି। ସେହିପରି ସମସ୍ତ ସମିତିସଭ୍ୟ ପାର୍ଥୀ ମାନେ ନିଜର ନାମାଙ୍କନ ପତ୍ର ବ୍ଲକ ପରିସରରେ ଅତିରିକ୍ତ ବିଡିଓଙ୍କ ପାଖରେ ଦାଖଲ କରିବେ ବୋଲି ପ୍ରଶିକ୍ଷଣରେ ସୂଚନା ଦିଆଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories