www.samajalive.in
Monday, December 15, 2025
15.1 C
Bhubaneswar

୩.୫୦ ଲକ୍ଷ ଟଙ୍କା ସହ ଦୋକାନ ସଫା କରିଦେଲେ ଚୋର

ବଲାଙ୍ଗିର: ବଲାଙ୍ଗିର ଦୈନିକ ବଜାରକୁ ସଂଯୋଗ କରୁଥିବା ରମାଇ ଟକିଜ୍‍ ରାସ୍ତାରେ ଶୋଭାକର ମେହେରଙ୍କ ମୋବାଇଲ୍‍ ଦୋକାନ ରହିଛି। ଶୁକ୍ରବାର ରାତିରେ ଯୋଜନାବଦ୍ଧ ଭାବେ ଚୋରମାନେ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ୍‍ ଓ ନଗଦ ଟଙ୍କା ନେଇଯାଇଛନ୍ତି। ଏସଂପର୍କରେ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ପୂର୍ବରୁ ଶ୍ରୀ ମେହେରଙ୍କ ଏକ ଛୋଟ ମୋବାଇଲ୍‍ ଦୋକାନ ରହିଥିଲା। କିଛି ବର୍ଷ ତଳେ ସେ ରମାଇ ଟକିଜ୍‍ ରାସ୍ତାରେ ବିଭିନ୍ନ କମ୍ପାନୀର ମୋବାଇଲ୍‍ ରଖିବା ସହ ବଡ ଦୋକାନ ଖୋଲିଥିଲେ। ତେବେ ସିସି ଟିଭି ଦୃଶ୍ୟ ଅନୁସାରେ ଶୁକ୍ରବାର ରାତି ପ୍ରାୟ ୩ଟା ୨୧ ସମୟରେ ୪ଜଣ ଦୁବୃର୍ତ୍ତ ତୁଣ୍ଡି(ମାସ୍କ) ଓ ମୁଣ୍ଡ ଘୋଡାଇ ହୋଇ ଦୋକାନର ୨ଟି ତାଲାକୁ କାଟିବା ସହ ଭିତରେ ପଶିଥିଲେ। ଦୋକାନରେ ସଜା ହୋଇ ରହିଥିବା ମୋବାଇଲ୍‍ଗୁଡ଼ିକୁ ଖୋଳରୁ ବାହାର କରି ବସ୍ତାରେ ପୂରାଇଥିଲେ। ୨ଟି ବସ୍ତାରେ ମୋବାଇଲ୍‍ ସବୁ ପୂରାଇବା ପରେ ସେମାନେ ଆଣିଥିବା ୨ଟି ତାଲା ଦୋକାନ ବନ୍ଦ କରି ଲଗାଇ ଫେରାର ହୋଇଯାଇଥିଲେ। ଦୋକାନ ମାଲିକ ଶ୍ରୀ ମେହେରଙ୍କ କହିବା ଅନୁସାରେ, ଚୋରମାନେ ଗୋଟିଏ ବି ମୋବାଇଲ୍‍ ଛାଡି ନାହାନ୍ତି। ଶନିବାର ସକାଳୁ ସେ ଓ ଅନ୍ୟ କର୍ମଚାରୀମାନେ ଦୋକାନକୁ ଆସିଥିଲେ। ତାଲା ଖୋଲିବା ବେଳେ ଅନ୍ୟ ତାଲା ଲାଗିଥିବା ଦେଖିବାକୁ ପାଇଥିଲେ। ତାଲା ଭାଙ୍ଗି ଭିତର ଦେଖିବା ବେଳକୁ କେବଳ ମୋବାଇଲ୍‍ ଖୋଳ ଥିବା ବେଳେ ମୋବାଇଲ୍‍ ନଥିଲା। ସେହିପରି ସେ ରଖିଥିବା ପ୍ରାୟ ସାଢେ ୩ଲକ୍ଷ ଟଙ୍କା ନଗଦ ଟଙ୍କା ମଧ୍ୟ ଚୋରମାନେ ନେଇ ଯାଇଛନ୍ତି। ଏସଂପର୍କରେ ମାଲିକ ଶ୍ରୀ ମେହେର ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଦର ଉପଖଣ୍ଡ ପୁଲିସ ଅଧୀକ୍ଷକ ତୋଫାନ ବାଗ, ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ଏହାପରେ ସାଇଣ୍ଟିଫିକ୍‍ ଟିମ୍‍ ଡକାଯାଇଥିଲା। ସାଇଣ୍ଟିଫିକ୍‍ ଟିମ୍‍ ଆବଶ୍ୟକୀୟ ନମୂନା ସଂଗ୍ରହ କରିବା ପରେ ପୁଲିସ ଏହି ମୋବାଇଲ୍‍ ଚୋରଙ୍କ ଖୋଳତାଡ ଆରମ୍ଭ କରିଛି।

- Advertisement -

ମୋବାଇଲ ଦୋକାନରୁ ଚୋରିକୁ ନେଇ ସ୍ଥାନୀୟ ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ପୂର୍ବରୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ରାତ୍ରିକାଳୀନ ପୁଲିସ ପହରା ବ୍ୟବସ୍ଥା କରାଯାଉଥିଲା। ତେବେ କରୋନା ସମୟରେ ପୁଲିସ ପହରା ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଦୋକାନୀ। ସେହିପରି ରାତି ୪ଟାରୁ ଦୈନିକ ବଜାର ଓ ଆଖପାଖ ରାସ୍ତାରେ ପରିବା ବିକାଳିଙ୍କ ଭିଡ ହୁଏ। ତେବେ ଚୋରମାନେ ଯୋଜନାବଦ୍ଧ ଭାବେ ଚୋରି କରି ଫେରାର ମାରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଓ ରାତ୍ରିକାଳୀନ ପହରାକୁ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories