www.samajalive.in
Sunday, December 7, 2025
13.1 C
Bhubaneswar

ବିବାଦୀୟ ‘ଆଇଟମ୍‌’ ମନ୍ତବ୍ୟ ଉପରେ କମଳ ନାଥଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌, ୪୮ ଘଣ୍ଟା ମଧ୍ୟରେ ପକ୍ଷ ରଖିବାକୁ ନିର୍ଦେଶ

ଭୋପାଳ : ବିଧାନସଭା ଉପନିର୍ବାଚନ ପ୍ରଚାର ଭାଷଣରେ ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କୁ ‘ଆଇଟମ୍‌’ ବୋଲି ସମ୍ବୋଧିତ କରି ବିବାଦ ଘେରରେ ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏଭଳି ମନ୍ତବ୍ୟକୁ ନେଇ ପ୍ରବଳ ସମାଲୋଚନାର ଶିକାର ହେବାପରେ ଏବେ ଆହୁରି ଅଡୁଆ ବଡିଛି। କାରଣ ଜଣେ ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନ କମଳ ନାଥଙ୍କୁ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି।


ସୂଚନାଯୋଗ୍ୟ ଗତ ରବିବାର ମଧ୍ୟପ୍ରଦେଶର ଦାବ୍ରା ବିଧାନସଭା ଉପନିର୍ବାଚନ ପ୍ରଚାର ଭାଷଣ ଦେବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ କଂଗ୍ରେସ ପ୍ରାର୍ଥୀ ସ‌ୁରେଶ ରାଜ‌େ ଓ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ଇମର୍ତ୍ତି ଦେବୀଙ୍କ ନୈତିକତାର ତୁଳନା କରି ଏ ଭଳି ମନ୍ତବ୍ୟ ଦେଇଥିଲେ। ତେବେ କମଳନାଥଙ୍କ ଏଭଳି ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା କରିବା ସହ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲା। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କମଲ ନାଥଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଥିଲେ। ରାହୁଲ୍‌ ଗାନ୍ଧୀ କହିଥିଲେ, କମଲ୍‌ ନାଥଜୀ ମୋ ଦଳର, କିନ୍ତୁ ସେ ପ୍ରୟୋଗ କରିଥିବା ଏ ଭଳି ଭାଷାକୁ ବ୍ୟକ୍ତିଗତ ମୁଁ ଭାବେ ନାପସନ୍ଦ କରେ। ସେ ‌ଯିଏ ହୁଅନ୍ତୁ ନା କାହିଁକି, ମୁଁ ତାହାଙ୍କୁ ପ୍ରଶଂସା କରିବି ନାହିଁ। ଏହା ନଶ୍ଚିତ ଭାବେ ଦୁର୍ଭାଗ୍ୟଜନକ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories