www.samajalive.in
Tuesday, December 9, 2025
15.1 C
Bhubaneswar

ଭୋଟ୍ ପାଇଁ ଅଭିନେତ୍ରୀଙ୍କ କସରତ୍ : ଅଟୋ ଚଳାଇଲେ ରଙ୍ଗିଲା ଗର୍ଲ, କ୍ଷେତରେ ଡ୍ରିମ ଗର୍ଲ

ନୂଆଦିଲ୍ଲୀ : ଏଥର ଅନେକ ବଲିଉଡ଼ ସେଲିବ୍ରିଟି ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଦୁଇଜଣ ଅଭିନେତ୍ରୀ ହେଉଛନ୍ତି ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଉର୍ମିଳା ମାତୋଣ୍ଡକର ଓ ବିଜେପି ସାଂସଦ ହେମାମାଳିନୀ। ଉଭୟେ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ପ୍ରଚାର ପାଇଁ ଉର୍ମିଳା ଅଟୋ ଡ୍ରାଇଭର୍‍ ସାଜିଥିବା ବେଳେ ହେମାଙ୍କୁ କ୍ଷେତରେ ଫସଲ କାଟୁଥିବା ଦେଖିବାକୁ ମିଳିଛି। ତେବେ ଏସବୁକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଅନେକ ଆଲୋଚନା ଓ ସମାଲୋଚନା ଦେଖିବାକୁ ମିଳିଛି।

image courtesy-Amar Ujala

ମୁମ୍ବଇ ଉତ୍ତର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଉର୍ମିଳାଙ୍କୁ ରବିବାର ଗୋରଇ(ମୁମ୍ବଇ) ଅଞ୍ଚଳର ଅଟୋ ଚାଳକଙ୍କ ସହ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଗୋରଇରେ କଂଗ୍ରେସ କାର୍ଯ୍ୟାଳୟ ଯିବା ସମୟରେ ସେ ଅଟୋ ଚାଳକମାନଙ୍କୁ ଭେଟିଥିଲେ ଓ ସେମାନଙ୍କୁ ଭୋଟ୍‍ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିସହିତ ଅଟୋରେ ଚାଳକଙ୍କ ସ୍ଥାନରେ ବସି ଫଟୋ ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି।

- Advertisement -
image courtesy-News18 Hindi

ଅନ୍ୟପକ୍ଷରେ ମଥୁରା ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ୩୧ ମାର୍ଚ୍ଚରୁ ନିଜ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସଜବାଜ ହୋଇଥିବା ହେମା ଭୋଟ୍‍ ପାଇଁ କ୍ଷେତକୁ ଯାଇ ଫସଲ କାଟିଛନ୍ତି ଓ ସେହି ସମୟରେ ଫଟୋ ମଧ୍ୟ ଉଠାଇଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମରେ ସେହି ଫଟୋ ଗୁଡ଼ିକୁ ସେ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋ ଦେଖି ଲୋକେ ତାଙ୍କୁ ସମାଲୋଚନା ପୂର୍ବକ ଅନେକ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories