କେନ୍ଦୁଝରରେ ଇଦ୍‌ଉଲ୍‌ଜୁହା ପାଳିତ 

କେନ୍ଦୁଝରଗଡ଼: ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ଉଲ୍‌ଜୁହା କେନ୍ଦୁଝର ସହରରେ ହର୍ଷଉଲ୍ଲାସର ସହ ପାଳିତ ହୋଇଯାଇଛି। ଗୁରୁବାର ସକାଳୁ ଇସ୍‌‌ଲାମ ଧର୍ମାବଲମ୍ବୀ ଭାଇଭଉଣୀମାନେ ନୂତନ ବସ୍ତ୍ର ପରିଧାନ କରି ସର୍ବଶକ୍ତିମାନ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନମାଜ ପାଠ କରିବା ପରେ ପରସ୍ପରକୁ ଶୁଭେଛା ଜଣାଇଥିଲେ। ଏଥିପୂର୍ବରୁ ଜକାତ ଦେବାପରେ କୁରବାନୀ କାର୍ଯ୍ୟକ୍ରମ ଘରେ ଘରେ ଆୟୋଜିତ ହୋଇଥିଲା। କେନ୍ଦୁଝର ସହରର ସର୍ବପୁରାତନ ପୁରୁଣାବଜାରସ୍ଥିତ ଜୁମ୍ମା ମସ୍‌‌ଜିଦ୍‌‌ରେ ଇମାମ ଇର୍ସାଦ ଫିଜି ନମାଜ ପାଠ କରାଇଥିଲେ।

Comments are closed.