ନିଖୋଜ ନୋବେଲ ପୁରସ୍କାର ବିଜେତାଙ୍କ ସନ୍ଧାନ ମିଳିଲା

0

ୱାଶିଂଟନ : କିଛି ଦିନ ପୂର୍ବେ ଆମେରିକାର ଇଲିନଏସ ସହରରେ ନିଖୋଜ ହୋଇଥିବା ଜାପାନୀ ନୋବେଲ ପୁରସ୍କାର ବିଜେତା ଇ-ଚି ନେଗେସିଙ୍କ ସନ୍ଧାନ ମିଳିଛି। ତେବେ ଘଟଣାସ୍ଥଳରୁ କିଛି ଦୂରରେ ତାଙ୍କ ପତ୍ନୀ ସୁମିରେ ନେଗିସିଙ୍କ ମୃତଦେହ ମିଳିବାପରେ ସ୍ଥାନୀୟ ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି। ୮୨ ବର୍ଷୀୟ ଇ-ଚି ଓ ସୁମିରେ ଇଲିନଏ୍‌ସର ରକ୍‌ଫୋର୍ଡରେ ବାସ କରୁଥିଲେ। ଗତ ସୋମବାର ପତିପତ୍ନୀ କାର୍‌ରେ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ।

ନିଖୋଜ ହେବାର ଦିନକ ପରେ ଇ-ଚି ମଙ୍ଗଳବାର ଭୋର ୫ଟା ସମୟରେ ରକ୍‌ଫୋର୍ଡ ସହରର ଏକ ରାସ୍ତାରେ ଏକାକୀ ଚାଲୁଥିବା ଲକ୍ଷ୍ୟ କରାଯାଇଥିଲା। ଘଟଣାସ୍ଥଳର କିଛି ଦୂରରେ ନେଗିସିଙ୍କ ପତ୍ନୀ ସୁମେରାଙ୍କ ମୃତଦେହ ଓ ଦମ୍ପତିଙ୍କ କାର୍‌କୁ ଠାବ କରାଯାଇଥିଲା। ପୁଲିସ ଇ-ଚିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସୁମେରାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଇ-ଚି ବର୍ତ୍ତମାନ ପୁଡ୍ୟୁ ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ ପ୍ରଫେସରଭାବେ କାର୍ଯ୍ୟ କରୁଛନ୍ତି। ୨୦୧୦ରେ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Leave A Reply