ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇଛି। ଗତ ସୋମବାର ଦିନ ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ସାଲଭଟା ଠାରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିଲା। ଏହି ଘଟଣା ପରେ ପୁଲିସ ସେଠାରେ ଲାଠିଚାର୍ଜ କରିବା ସହ ଫ୍ଲାଗମାର୍ଚ୍ଚ କରିଥିଲା। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ସମେତ ତାଙ୍କର ୧୦ଜଣ ସମର୍ଥକଙ୍କୁ ଅଟକ ରଖାଯାଇଥିଲା। ପରେ ବାଳଗୋପାଳ ଏବଂ ତାଙ୍କ ପୁଅକୁ ଗିରଫ କରାଯାଇଛି।
Popular Categories



