www.samajalive.in
Sunday, December 7, 2025
23.1 C
Bhubaneswar

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୬ ରାଜ୍ୟ ହେଉଛି ଝାଡ଼ଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ। ଏହି ୬ ରାଜ୍ୟରେ ସେପ୍ଟେମ୍ବର ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ  ସେପ୍ଟେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି।

୬ଟି ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଆସନ ଥିବା ବେଳେ ତ୍ରିପୁରାରେ ବିଧାନସଭା ୨ଟି ଆସନ ରହିଛି। ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ୱର, ପଶ୍ଚିମବଙ୍ଗର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବୋକ୍ସାନଗର ଓ ଧାନପୁରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରୁ ୫ଟି ଆସନର ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଏବଂ ଅନ୍ୟ ୨ଟି ଆସନରେ ପ୍ରାର୍ଥୀଙ୍କ ଇସ୍ତଫା ଯୋଗୁଁ ଏସବୁ ଆସନଗୁଡ଼ିକ ଖାଲି ପଡ଼ିଛି। ତେଣୁ ଏହି ଆସନଗୁଡ଼ିକ ପାଇଁ ଉପନିର୍ବାଚନ ହେବ।

- Advertisement -

ଉପନିର୍ବାଚନ ପାଇଁ ଅଗଷ୍ଟ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୧୭ ରଖାଯାଇଥିବା ବେ​ଳେ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୧ ରହିଛି। ସେପ୍ଟେମ୍ବର ୫ରେ ଭୋଟ୍ ଗ୍ରହଣ ଏବଂ ସେପ୍ଟେମ୍ବର ୮ରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories