ଖାଦ୍ୟ ଖାଇବାର ସଠିକ ନିୟମ ଓ ଏହାର ପ୍ରଭାବ
ଖାଦ୍ୟ ଖାଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ । ନେହେଲେ ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ଅଧିକ ରୋଗଗ୍ରସ୍ତ କରିଥାଏ। ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ କିଛି ନିୟମ ମାନିଲେ ଆମର ବହୁତ ଲାଭ ହୋଇଥାଏ। ତେବେ ଜାଣନ୍ତୁ ସେଭଳି କିଛି ଗୁରୁତ୍ୱପୂଣ୍ଣ କଥା ବିଷୟରେ –
ଉଷ୍ଣ ଖାଦ୍ୟ – ଖାଦ୍ୟ ଖାଇବା ସମୟରେ ଅତି ଉଷ୍ଣ (ଗରମ) ଖାଦ୍ୟ ଖାଇବା ଉଚିତ ନୁହେଁ। ଅତି ଗରମ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଶକ୍ତି ହ୍ରାସ ପାଇଥାଏ।
ଶୀତଳ ଖାଦ୍ୟ – ଖାଦ୍ୟ ଅତ୍ୟଧିକ ଥଣ୍ଡା ଥିଲେ ମଧ୍ୟ ଏହାକୁ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ଏହାର କୁପ୍ରଭାବ ପାକସ୍ଥଳୀ ଉପରେ ପଡ଼ିଥାଏ।
ଥରେ ରନ୍ଧା ହୋଇଥିବା ଖାଦ୍ୟକୁ ବାରମ୍ବାର ବାରମ୍ବାର ଗରମ କରି ଖାଇବା ଦ୍ୱାରା ଶରୀରରେ ବହୁ ରୋଗ ହୋଇଥାଏ। ଯେପରି ଏସିଡ଼ିଟି, ଖାଦ୍ୟ ହଜମ ନ ହେବା , ପେଟ ଜନିତ ସମସ୍ୟା ଆଦି ହୋଇଥାଏ।
ଖାଦ୍ୟ ଖାଇବା ସମୟରେ ଟି.ଭି ଦେଖିବା ଉଚିତ ନୁହେଁ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ।
ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ମଧ୍ୟ ନିତ୍ୟାନ୍ତ ଜରୁରୀ ଅଟେ। ଖାଦ୍ୟ ଚୋବାଇବା ବେଳେ ବାମ ପଟ ମାଢିରୁ ଅଧି କରସ ଝରିଥାଏ ,ଏହା ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଏଣୁ ଅଧିକାଂଶ ସମୟରେ ବାମ ପଟେ ଚୋବାଇ ଖାଇବା ଦ୍ୱାରା ଶରୀର ପାଇଁ ଖୁବ ଲାଭ ଦାୟକ ଅଟେ।
ସପ୍ତାହକୁ ଥରେ କିମ୍ବା ୨ଥର ପିତା ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ଅଟେ। ଏହା ଦ୍ୱାରା କଫ ଜନିତ ସମସ୍ୟା ଦୂର ହୋଇଥାଏ।
ଖାଦ୍ୟ ଖାଇବା ପରେ ମିଠା ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।