ଆମେରିକାରେ ପୁଣି ଟ୍ରମ୍ପ୍ ସରକାର, ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ : ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍ । ଦ୍ବିତୀୟ ଥର ପାଇଁ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ସଂସଦ ପରିସରରେ ଶପଥ ଗ୍ରହଣ ସମାରୋହରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଉପରାଷ୍ଟ୍ରପତି ଭାବେ ଜେଡି ଭେନ୍ସ ମଧ୍ୟ ଶପଥ ନେଇଛନ୍ତି । ଏହା ସହିତ ଆଜିଠୁ ଆମେରିକାରେ ପୁଣି ଟ୍ରମ୍ପ ଶାସନ ଆରମ୍ଭ ହୋଇଯାଇଛି । ଚିଫ୍ ଜଷ୍ଟିସ୍ ଜନ୍ ରବର୍ଟ୍ସ ଟ୍ରମ୍ପଙ୍କୁ ପଦର ଶପଥ ପାଠ କରାଇଛନ୍ତି । ଆମେରିକାରେ ସ୍ବର୍ଣ୍ଣିମ ଯୁଗର ଆରମ୍ଭ ହୋଇଛି ବୋଲି ଟ୍ରମ୍ପ ନିଜ ଶପଥ ପାଠ ସମୟରେ କହିଛନ୍ତି । ଆମେରିକାକୁ ପୁଣି ଥରେ ମହାନ କରିବା ବୋଲି ଟ୍ରମ୍ପ୍ କହିଛନ୍ତି ।

Comments are closed.