www.samajalive.in
Monday, December 8, 2025
27.1 C
Bhubaneswar

ଜିଲା ପାରମ୍ପରିକ ଲୋକକଳା ସାଂସ୍କୃତିକ ସଙ୍ଘର ବାର୍ଷିକ ଅଧିବେଶନ

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ଠାରେ ଜିଲା ପାରମ୍ପରିକ ଲୋକକଳା ସାଂସ୍କୃତିକ ସଙ୍ଘର ବାର୍ଷିକ ଅଧିବେସନ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଅକ୍ଷୟ କୁମାର କର୍ଣ୍ଣଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମା’ ପୀତବଳିଙ୍କ ମୁଖ୍ୟ ପୂଜକ ସତ୍ୟନାରାୟଣ ଭୁକ୍ତାଙ୍କ ସହ କଳା ସଂଗଠକ ଚନ୍ଦ୍ରମୋହନ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମାଧ୍ୟ୍ୟରେ ବ୍ଲକ କଲା ସଂସ୍କୃତିକ ସଙ୍ଘର ଉପସଭାପତି ଇନ୍ଦ୍ରଜିତ କହଁର, କୋଟଗଡ଼଼ ବ୍ଲକ ଉପସଭାପତି ରବୀନ୍ଦ୍ର କୁମାର ସାହୁ, ଅଞ୍ଚଳର ବିଶିଷ୍ଠ କଣ୍ଠ ଶିଳ୍ପୀ ସୁମିତ୍ରା ସାହୁ, ଉଦୟଗିରି ବ୍ଲକର ବରିଷ୍ଠ କଳାକାର ସୁରେଶ ଡିଗାଲ, ଲୋଇସିଂର କଲା ସଂଗଠକ ପଞ୍ଚୁଦେବ ପ୍ରଧାନ, ଟିକାବାଲି ବ୍ଲକର ବରିଷ୍ଠ କଳାକାର ଦୁଃଶାସନ ପ୍ରଧାନ ଓ ରଙ୍ଗନାଥ ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

- Advertisement -

ଏହି ବୈଠକରେ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ କଳାକାର ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ନାଟ୍ୟ ନିର୍ଦେଶକ ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିଲେ। ବୈଠକରେ କଳାକାର ଭତ୍ତା, ଗ୍ରାମାଞ୍ଚଳ ସ୍ତରରୁ କଳାକାରମାନଙ୍କୁ କିଭଳି ଭାବରେ ସଂଗଠିତ କରାଯାଇପାରିବ ଓ ସେମାନଙ୍କୁ କିଭଳି ଭାବରେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳିପାରିବ ସେନେଇ ଆଲୋଚନା ହୋଇଥିଲା।

କଳାକାରମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଫିରିଙ୍ଗିଆରେ କଳାକାରମାନଙ୍କ ପାଇଁ ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ଜାଗା ଯୋଗାଇଦେବା ଲାଗି ସ୍ଥାନୀୟ ତହସିଲଦାର ଅନାମିକା ପାଣ୍ଡେଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବୈଠକ ଶେଷରେ ସମ୍ପାଦକ ପ୍ରଭାତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories