www.samajalive.in
Sunday, December 14, 2025
18.1 C
Bhubaneswar

କାର ସହ ୩୪୫ ଲିଟର ମଦ ଜବତ

ଆଠଗଡ: ରବିବାର ରାତିରେ ଆଠଗଡ ପୁଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବାବଳେ ଏକ କାର ସହ ୩୪୫ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି। ପାଟ୍ରୋଲିଂ ସମୟରେ ଆଠଗଡ ସନ୍ନିକଟ କଇଥ ଛକ ନିକଟରେ ଏକ କାର ପୁଲିସ ଗାଡିକୁ ଦେଖି ହଡବଡେଇ ଦ୍ରୁତ ବେଗରେ ପଳାଇବାକୁ ଚେଷ୍ଟା କରିଥିଲା। ଫଳରେ  ପୁଲିସ ଗାଡି ମଧ୍ୟ ବେଗ ବଢାଇ ପିଛା କରିଥିଲା। କନ୍ଦରପୁର ତାରିଣୀ ମନ୍ଦିର ଛକ ନିକଟରେ ଦ୍ରୁତ ଗତି ଯୋଗୁଁ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ କାରଟି ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଅନ୍ଧକାରର ସୁଯୋଗ ନେଇ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଥିଲା। କର୍ତ୍ତବ୍ୟରତ ଉପନିରୀକ୍ଷକ ଜନ୍ମିତା ସାସମଲ୍ ଓ ସହକାରୀ ଉପନିରୀକ୍ଷକ ସତ୍ୟପ୍ରିୟ ବରାଳଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉକ୍ତ କାର ସହିତ ସେଥିରେ ଏକାଧିକ ଜାରକିନ ଓ ରବର ବ୍ଲାଡରରେ ଚାଲାଣ ହେଉଥିବା ୩୪୫ ଲିଟର ଦେଶୀମଦ ଜବତ କରିଥିଲେ। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories