ରାଜକୋଟରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ୪.୧ ତୀବ୍ରତା
ରାଜକୋଟ : ମଙ୍ଗଳବାର ଅପରାହ୍ନରେ ଗୁଜରାଟର ରାଜକୋଟ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକ୍ଟର୍ଡ କରାଯାଇଛି। ଦିନ ପ୍ରାୟ ୩ଟା ୪୯ ମିନିଟରେ ଭୂକମ୍ପ ହୋଇଥିବା ଆଇଏସ୍ଆର୍ ପକ୍ଷରୁ ସୂଚନା ମିଳିଛି।
An earthquake of 4.1 magnitude on the Richter Scale occurred at 3:49pm today in Rajkot, Gujarat: Institute of Seismological Research
— ANI (@ANI) September 29, 2020
ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟ ଜିଲ୍ଲାର ପୂର୍ବ-ଉତ୍ତର ପୂର୍ବରେ ୧୪.୫ କିମି ଗଭୀରରେ ଥିଲା। ଭୂକମ୍ପ ଯୋଗୁଁ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଭୂକମ୍ପ ଯୋଗୁଁ କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
Comments are closed.