ନୂଆଦିଲ୍ଲୀ : ବୁଧବାର ଦିନ ପ୍ରାୟ ୩ଟା ୪୭ ମିନିଟରେ ଅରୁଣାଚଳପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ମିଅାଁମାର ଏବଂ ଭାରତ ସୀମାଠାରୁ ୧୦ କିଲୋମିଟର ଦୂର ୯୬.୯ ଡିଗ୍ରୀ ପୂର୍ବ ଦ୍ରାଘିମା ଏବଂ ୨୭.୩ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଅବସ୍ଥିତ। ଭୂମିକମ୍ପର ଝଟକା ଦିବ୍ରୁଗଡ଼, ଦିମାପୁର ସରଦ, ଇମ୍ଫାଲ, ନାଗାଁଓ ଏବଂ ସିଲଚାର ଆଦି ଅଞ୍ଚଳରେ ଅନୁଭୂତ ହୋଇଛି। ଭୂମିକମ୍ପରେ କାହାର ମୃତାହତ ଏବଂ କୌଣସି କ୍ଷତିର ଖବର ମିଳି ନାହିଁ।
Popular Categories



