ଜାଣନ୍ତୁ, କେଉଁ ଭୁଲ ପାଇଁ ଜୀବନରେ ପଡେ ଗ୍ରହମାନଙ୍କ କୁପ୍ରଭାବ

0

କିଛି ଅଭ୍ୟାସ ଏପରି ହୋଇଥାଏ ଯାହା କାରଣରୁ ଗ୍ରହର ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ। ଯେପରି କି ଅଯଥା ପାଣି ନଷ୍ଟ କରିବା। ପାଣି ଅଯଥା ନଷ୍ଟ କରିବା ଦ୍ୱାରା ଚନ୍ଦ୍ରଙ୍କ ଦୋଷ ବଢିଥାଏ। ଚନ୍ଦ୍ରଙ୍କ ଅଶୁଭ ଦୃଷ୍ଟି ପଡିବା ଦ୍ୱାରା ଘରେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ଘରେ ରହୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। କିଛି ଲୋକ ଖାଇବାକୁ ଅଇଁଠା କରି ଛାଡି ଦିଅନ୍ତି। ଏପରି କରିବା ଦ୍ୱାରା ମଙ୍ଗଳ ଓ ଶୁକ୍ର ଗ୍ରହର ଅଶୁଭ ଦୃଷ୍ଟି ପଡିଥାଏ। ଏହି କାରଣରୁ କିଛି ଲୋକ ବିବାଦର ଶିକାର ହୋଇଥାନ୍ତି। ଧନର ଅଭାବ ଦେଖା ଦେଇଥାଏ। ଏପରି କିଛି ଅଭ୍ୟାସକୁ ଯଥା ଶୀଘ୍ର ବଦଳାଇବା ଦ୍ୱାରା ଗ୍ରହମାନଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ପାଇ ପାରିବା।ବସିବା ସମୟରେ ଗୋଡ ହଲାଇବା:
କିଛି ଲୋକଙ୍କର ବସିବା ସମୟରେ ଗୋଡ ହଲାଇବା ଅଭ୍ୟାସ ହୋଇଥାଏ। ଜ୍ୟୋତିଷ ଅନୁସାରେ ଏପରି କରିବା ଦ୍ୱାରା ଜାତକରେ ବୁଧ ଶନି ଗ୍ରହଙ୍କ ପ୍ରଭାବ ପଡିଥାଏ। ଏମାନଙ୍କ ଅଶୁଭ ଦୃଷ୍ଟି ଜୀବନରେ ପଡିବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବସିବା ସମୟରେ ଗୋଡ ହଲାଇବା ଅଭ୍ୟାସକୁ ଆସ୍ତେ ଆସ୍ତେ ଦୂରେଇ ଦିଅନ୍ତୁ। ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଚଢାନ୍ତୁ। ବୁଧବାର ଦିନ ଗାଈକୁ ମୁଗ ଖାଇବାକୁ ଦିଅନ୍ତୁ।ବାରମ୍ବାର କୁଣ୍ଡାଇ ହେବା:
କୁଣ୍ଡାଇ ହେବା ଏକ ସ୍ୱାଭାବିକ କ୍ରିୟା ଅଟେ। କିନ୍ତୁ ଅନେକ ବ୍ୟକ୍ତି ଜାଣି ଶୁଣି କୁଣ୍ଡାଇ ହୋଇଥାନ୍ତି। ଏପରି ଲୋକଙ୍କ ଉପରେ କେତୁ ଗ୍ରହ କୁପ୍ରଭାବ ପଡିଥାଏ। ଏଥିରୁ ବଞ୍ଚିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।ଝୁଲି ଝୁଲି କଥା କହିବା:
ଦେଖା ଯାଇଛି ଯେ, କିଛି ବ୍ୟକ୍ତି କଥା କହିବା ଅଯଥାରେ ଝୁଲିଥାନ୍ତି। ଏହି ଅଭ୍ୟାସରୁ ଏପରି ବ୍ୟକ୍ତି ଗୋଟିଏ ସ୍ଥାନରେ ଠିଆ ହୋଇ କିମ୍ବା ବସି କଥା ହୋଇ ପାରନ୍ତି ନାହିଁ। ଏପରି ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ। ଏମାନଙ୍କ ଜୀବନରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ। ଏହି ଅଭ୍ୟାସ କାରଣରୁ ଗୁରୁ ଓ ବଉଦ ଗ୍ରହଙ୍କ କୁପ୍ରଭାବ ପଡିଥାଏ। ଏହି କୁପ୍ରଭାବରୁ ରକ୍ଷା କରିବା ପାଇଁ ଗଣେଶ ମନ୍ଦିରରେ ଲଡୁ ଭୋଗ ଲଗାନ୍ତୁ।ଅଯଥା କଥାରେ ସମୟ ଦେବା:
କିଛି ବ୍ୟକ୍ତିଙ୍କ ଅଭ୍ୟାସ ଅଛି ଯେ ଅନ୍ୟ କଥାରେ ଅଯଥାରେ ମୁଣ୍ଡ ପୁରାଇବା। କେହି କୌଣସି ବିଷୟରେ ମତାମତ ମାଗିବା ପୂର୍ବରୁ ଦେଇଥାନ୍ତି। ଏପରି କରିବା ଦ୍ୱାରା ବୃହସ୍ପତିଙ୍କ ଅଶୁଭ ଦୃଷ୍ଟି ପଡିଥାଏ। ଏଥିରେ ରକ୍ଷା ପାଇବା ପାଇଁ ଅଭ୍ୟାସକୁ ଯଥାଶୀଘ୍ର ବଦଳାଇବାକୁ ଚେଷ୍ଟା କରନ୍ତୁ। ବୃହସ୍ପତିଙ୍କ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଯେକୌଣସି ମନ୍ଦିରକୁ ଯାଇ ହଳଦୀ, ଚନ୍ଦନ କିମ୍ବା କେସର ଦାନ କରନ୍ତୁ।ବାରମ୍ବାର ଖାଇବା:
କିଛି ବ୍ୟକ୍ତିମାନେ ବାରମ୍ବାର ଖାଇଥାନ୍ତି। ଏପରି କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସୂର୍ଯ୍ୟଙ୍କ ପ୍ରଭାବ ପଡିଥାଏ। କୁପ୍ରଭାବରେ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ୟକ୍ତିଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ। ପାଖାପାଖି ରହୁଥିବା ବ୍ୟକ୍ତିଙ୍କ ସହ ଅଯଥା ବିବାଦ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେହ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

Leave A Reply