BJD Bijuli 480×75 Mob

ଆଜି ଆର୍ଥ ଆୱାର: ସନ୍ଧ୍ୟାରେ ଅଧଘଣ୍ଟା ଆଲୁଅ ବନ୍ଦ

BJD Bijuli 480×75 Mob
0

ଭୁବନେଶ୍ୱର: ମାତୃଭୂମିକୁ ପ୍ରଦୂଷଣ ତଥା ବିଶ୍ୱ ତାପାୟନ ବୃଦ୍ଧିରୁ ରକ୍ଷା କରିବା ପାଇଁ  ଶନିବାର ପାଳନ ହେଉଛି ‘ଆର୍ଥ ଆୱାର’। ସନ୍ଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ ଘରେ ବା କାର୍ୟ୍ୟାଳୟରେ ଅତି ଜରୁରୀ ନଥିବା ବିଦ୍ୟୁତ୍‍ ବତି ଓ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖିବା ପାଇଁ ବିଶ୍ୱବ୍ୟାପୀ ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଦ୍ୟୁତ୍‍ ବଣ୍ଟନକାରୀ ସଂସ୍ଥା ସେସୁ ଓ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହାକୁ ପାଳନ କରିବା ପାଇଁ ବିଦ୍ୟୁତ୍‍ ଉପଭୋକ୍ତାଙ୍କୁ ନିବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମେ ବ୍ୟବହାର କରୁଥିବା ବିଦ୍ୟୁତ୍‍ ଶକ୍ତିର ୭୭ପ୍ରତିଶତ ତାପଜ ଏବଂ ପ୍ରତି ତାପଜ ଶକ୍ତି କେନ୍ଦ୍ରରୁ ଉତ୍ପାଦିତ ଗୋଟିଏ ୟୁନିଟ ବିଦ୍ୟୁତ୍‍ ପାଇଁ ପ୍ରାୟ ୬୦୦ଗ୍ରାମ କୋଇଲା ଦହନ ହେଉଛି। ଏହା ଦ୍ୱାରା ୦.୭୯କିଲୋଗ୍ରାମ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶୁଛି। ଏହି ହିସାବରେ ସମଗ୍ର ପୂର୍ବ ଭାରତରେ ଘଣ୍ଟାକୁ ୧ମେଗାୱାଟ୍‍ ବିଦ୍ୟୁତ୍‍ ଉତ୍ପାଦନ ଦ୍ୱାରା ୧.୦୯ଟନ୍‍ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଆର୍ଥ ଆୱାର ପାଳନ ଦ୍ୱାରା ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ହୋଇପାରିବ;
ଯାହାଦ୍ୱାରା ପ୍ରଦୂଷଣ ତଥା ବିଶ୍ୱ ତାପାୟନକୁ କିଛି ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ।
ଆର୍ଥ ଆୱାର ପାଳନ ପ୍ରଥମେ ଆରମ୍ଭ ହୋଇଥିଲା ୨୦୦୭ରେ, ଅଷ୍ଟ୍ରେଲିଆରେ। ପର ବର୍ଷଠାରୁ ଏହା ସାରା ବିଶ୍ୱରେ ପାଳନ କରାଯାଉଛି। ବିଶ୍ୱର ୮୮ଟି ରାଷ୍ଟ୍ରର ୪୦୦୦ମହାନଗରୀରେ ପ୍ରତି ବର୍ଷ ଆର୍ଥ ଆୱାର ପାଳନ କରାଯାଉଛି ଓ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ରଖିବା ପାଇଁ କୋଟିକୋଟି ଜନତା ପ୍ରତିବର୍ଷ ଅନ୍ତତଃ ଘଣ୍ଟାକ ପାଇଁ ସବୁ ବୈଦ୍ୟୁତିକ ଯନ୍ତ୍ରାଦି ବ୍ୟବହାରକୁ ବନ୍ଦ ରଖୁଛନ୍ତି। ଭାରତ ୨୦୦୯ରେ ଏହି ଅଭିଯାନରେ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍‍ ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ହୋଇପାରିଛି। ଓଡ଼ିଶାରେ ୨୦୧୩ରୁ ଏହାକୁ ପାଳନ କରାଯାଉଛି। ପ୍ରଥମ ବର୍ଷ ୯୦ମେଗାୱାଟ୍‍ ଶକ୍ତି ସଂରକ୍ଷଣ କରାଯାଇଥିବାବେଳେ ସଚେତନତା ବୃଦ୍ଧି ଯୋଗୁଁ ପରବର୍ତ୍ତୀ ବର୍ଷରେ ଏହା ୪୦୦ମେଗାୱାଟ୍‍ରେ ପହଞ୍ôଚଥିଲା। ଚଳିତ ବର୍ଷ ଏହାକୁ ୬୦୦ମେଗାୱାଟ୍‍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ସେସୁ ସୂତ୍ରରୁ ଲକ୍ଷ୍ୟ ରଖାଯାଇଛି।

Leave A Reply