ଦୁବାଇ-ମୁମ୍ବଇ ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ଆକାଶ ମାର୍ଗ

0

ନୂଆଦିଲ୍ଲୀ : ୨୦୧୭-୧୮ ଆର୍ଥିକ ବର୍ଷରେ ଦୁବାଇ-ମୁମ୍ବଇ ଆକାଶ ମାର୍ଗ ସର୍ବାଧିକ ବ୍ୟସ୍ତବହୁଳ ଅନ୍ତର୍ଜତୀୟ ଆକାଶମାର୍ଗର ମାନ୍ୟତା ପାଇଛି। ୨୦୧୭-୧୮ରେ ୨୫ ଲକ୍ଷ ଯାତ୍ରୀ ଏହି ଆକାଶ ମାର୍ଗରେ ଯାତ୍ରା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁବାଇରେ ଭାରତର ବହୁ ଶ୍ରମିକ କାର୍ଯ୍ୟ କରୁଥିବାରୁ ଏହି ମାର୍ଗ ସର୍ବଦା ବ୍ୟସ୍ତବହୁଳ ରହୁଛି ବୋଲି କୁହାଯାଉଛି। ମୁମ୍ବଇ-ଦୁବାଇ ଆକାଶ ମାର୍ଗ ପରେ ଦିଲ୍ଲୀ-ଦୁବାଇ ଦ୍ୱିତୀୟ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ଆକାଶ ମାର୍ଗ ହୋଇଛି। ଏହି ମାର୍ଗରେ ୨୦ ଲକ୍ଷ ଯାତ୍ରୀ ଯାତାୟତ କରିଛନ୍ତି। ଦୁବାଇ-କୋଚି ଆକାଶ ମାର୍ଗରେ ୧୦ ଲକ୍ଷ ଯାତ୍ରୀ ଯାତାୟତ କରିଛନ୍ତି। ଏହାବ୍ୟତୀତ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ଆକାଶ ମାର୍ଗ ତାଲିକାରେ ଦିଲ୍ଲୀ-ବ୍ୟାଙ୍ଗକ୍‍, ଦୁବାଇ-ହାଇଦରାବାଦ, ଲଣ୍ଡନ-ଦିଲ୍ଲୀ, ଲଣ୍ଡନ-ମୁମ୍ବଇ, ଚେନ୍ନଇ-ସିଙ୍ଗାପୁର ଏବଂ କଲମ୍ବୋ-ଚେନ୍ନଇ ରହିଛନ୍ତି।

Leave A Reply