ପ୍ରତିଶ୍ରୁତି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଚାଳକ ମହାସଂଘ

ଭୁବନେଶ୍ବର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଚାଳକ ମହାସଂଘ। ରାଜ୍ୟ ସରକାର ଦାବି ପୂରଣ କରୁନଥିବାରୁ ଆଜି ଚାଳକ ମହାସଂଘ ଆସନ୍ତା ୩୦ ପର୍ଯ୍ୟନ୍ତ ମହଲତ ଦେବା ସହିତ ସରକାରଙ୍କୁ ପ୍ରତିଶ୍ରୁତି ପାଳନ ପାଇଁ ଦାବି କରାଯାଇଛି। ସରକାର ଲିଖିତ ପ୍ରତିଶ୍ରୁତି ଦେଲେ, ମାସକରେ ବୋର୍ଡ ଗଠନ ହେବ କହିଥିଲେ। ବାରମ୍ବାର ବୋର୍ଡ ଗଠନ ଦାବି ସତ୍ତ୍ବେ ସମୟ ଗଡ଼ାଉଛନ୍ତି ସରକାର।

prayash

ତେଣୁ ଆସନ୍ତା ୩୦ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନ ନିଅନ୍ତି ତାହେଲ ମହାସଂଘ ଯେଉଁ ନିଷ୍ପତ୍ତି ନେବ ସରକାର ସେଥିପାଇଁ ଦାୟୀ ରହିବେ। ବୀମା ପାଇଁ ସରକାର କହିଥିଲେ ବି ବୋର୍ଡ ନ ଥିବାରୁ କାମରେ ଲାଗୁନି। ଦରକାର ପଡ଼ିଲେ ବିରୋଧୀଙ୍କ ସହ ମିଶିବୁ ବୋଲି ଓଡ଼ିଶା ଚାଳକ ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ମେନ୍ଦୁଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.