www.samajalive.in
Saturday, December 6, 2025
23.1 C
Bhubaneswar

‘ଡ୍ରୀମ୍‍ ଗର୍ଲ’ ହେଲେ ଆୟୁଷ୍ମାନ

ମୁମ୍ବଇ : ‘ବଧାଇ ହୋ’, ‘ଅନ୍ଧାଧୁନ୍‍’ ଭଳି ହିଟ୍‍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେବା ପରେ ଆୟୁଷ୍ମାନ ଖୁରାନା ଏବେ ‘ଡ୍ରୀମ୍‍ ଗର୍ଲ’ ହୋଇ ଆସୁଛନ୍ତି। ନିକଟରେ ଆୟୁଷ୍ମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡ୍ରୀମ୍‍ ଗର୍ଲ’ ର ପୋଷ୍ଟର ନିଜ ଟ୍ୱିଟର୍‍ ଆକାଉଣ୍ଟରେ ଶେୟାର କରିଛନ୍ତି। ପୋଷ୍ଟର ଦେଖିବା ପରେ ଚଳଚ୍ଚିତ୍ରକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବା ଜଣାପଡ଼ିଛି।

ଏହି ପୋଷ୍ଟରରେ ଆୟୁଷ୍ମାନ ଖୁରାନା ପ୍ରଥମ ଥର ପାଇଁ ଶାଢି ପିନ୍ଧି ସ୍କୁଟରରେ ବସିଥିବାର ଦେଖିବାକୁ ମିଳିଛି। ପୋଷ୍ଟରର ପ୍ରଚ୍ଛଦପଟରେ ରାମଲୀଳା ସମିତିର ବ୍ୟାନର୍‍ ରହିଛି। ଜୀବନ-ମରଣ ନାମକ ଏକ ଦୋକାନ ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟରଟି ଖୁବ୍‍ ମଜାଳିଆ ହୋଇଛି।

- Advertisement -

ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସହ ଅଭିନୟ କରିବେ। ଚଳଚ୍ଚିତ୍ରଟି ମେରଠର କାହାଣୀ ଉପରେ ଆଧାରିତ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories